କଟକ: ବାଲି ମାଫିଆଙ୍କ ଭିତରେ ଛନକା ପଶିଛି। କଟକରେ ଦୁଇଦିନ ହେଲା ଚାଲିଛି ବେଆଇନ ବାଲିଘାଟ ଉପରେ ଘନଘନ ଚଢ଼ଉ। ନିଶ୍ଚିନ୍ତକୋଇଲିରୁ ଆରମ୍ଭ କରି ନିଆଳି, ବାରଙ୍ଗ ଓ କଟକ; ଦୁଇଦିନରେ ପାଖାପାଖି ୩୦ଟି ଗାଡି ଜବତ୍ କରାଯାଇ ସାଢେ ୮ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା କଟକ ସଦର ତହସିଲ ଅଧୀନ ଘାଟକୂଳ ନିକଟସ୍ଥ କାଠଯୋଡ଼ିର ଶିଳ୍ପପୁରୀଠାରେ ଲିଜ୍ ସ୍ଥାନ ବାହାରେ ନିଲାମାଧାରୀ ବାଲି ଉଠାଉଥିବାରୁ ତୁରନ୍ତ ଏହି ଘାଟକୁ ବନ୍ଦ କରାଯାଇଛି। ନିଲାମ ନିଆଯାଇଥିବା ସ୍ଥାନ ବାହାରୁ ନିଲାମଧାରୀ ଦୀର୍ଘଦିନ ହେବ ବାଲି ଉଠାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ସଦର ଉପଜିଲ୍ଲାପାଳ କମଳଜିତ୍ ଦାସଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପପୁରୀ ବାଲିଘାଟକୁ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବେଆଇନ୍ ବାଲିଘାଟ ପାଇଁ ସ୍ବତନ୍ତ୍ର ରାସ୍ତା ସହ ଜେସିବି, ଏସ୍କାଭେଟର୍ ମେସିନ୍ ସହାୟତାରେ ଉଠାଯାଉଥିଲା ବାଲି। ବିଲମ୍ବିତ ରାତିରେ ଝିଙ୍କିରିଆ ଓ ନୂଆପଡାରେ ବାଲିକୁ ବେଆଇନ ଭାବେ ଗଚ୍ଛିତ କରି ରଖାଯାଉଥିଲା। ଏହାକୁ ନେଇ ଏନ୍ଜିଟିରେ ବି ଅଭିଯୋଗ ହୋଇଥିବା ବେଳେ ମାସ ମାସ ଧରି ଏହି ବାଲିଘାଟରୁ ଉଠୁଥିଲା ବାଲି।
Sambadସୂଚନାଯୋଗ୍ୟ, ଆଜି କଣ୍ଟାପଡା ତହସିଲ ଅଧୀନରେ ଚଢ଼ଉ କରାଯାଇ ବାଲିଗାଡ଼ିରୁ ୧ଲକ୍ଷ ୭୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହିପରି ସଦର ତହସିଲରୁ ୧ଲକ୍ଷ, କିଶନନଗରରୁ ୮୦ହଜାର, ସାଲେପୁରରୁ ୪୦ହଜାର, ନିଶ୍ଚିନ୍ତକୋଇଲିରୁ ୬୦ହଜାର ଟଙ୍କା ଜରିମାନା ୧୭ଟି ଗାଡିରୁ ଆଦାୟ କରାଯାଇଛି। ମୋଟ ୪ଲକ୍ଷ ୫୫ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏପରିକି ଅନେକ ଲିଜ୍ଧାରୀ ଲିଜ୍ ନେଇଥିବା ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରୁ ବାଲି ଉଠାଉଥିବା ନେଇ ଅଭିଯୋଗ ହୋଇଛି। ମାହାଙ୍ଗାରେ ବାଲିଘାଟ ଲିଜ୍ ଦିଆଯାଇ ନଥିବା ବେଳେ ସେଠାରୁ ବି ଚୋରାରେ ବାଲି ଉଠୁଛି। ଏପରିକି ଜିଲ୍ଲାରେ ଅନେକ ବାଲିଘାଟ ଲିଜ୍ ପ୍ରକ୍ରିୟା ଚାଲିଥିବାରୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇ ନଥିଲେ ମଧ୍ୟ ସେଠାରୁ ବାଲି ଉଠୁଥିବା ଓ କୋର୍ଟରେ ମାମଲା ବିଚାରଧୀନ ଥିବା ବାଲିଘାଟକୁ ପ୍ରଶାସନ ବନ୍ଦ କରିଥିଲେ ବି ସେଠାରୁ ବାଲି ଉଠୁଥିବା ନେଇ ଅଭିଯୋଗ ହୋଇଛି। ପ୍ରଶାସନ ଏଭଳି ବେଆଇନ ବାଲିଘାଟ ଉପରେ ଚଢ଼ଉ କଲେ ବାଲି ଚୋରାଚାଲାଣର ଅନେକ ଗୁମର ଫିଟି ପାରନ୍ତା। ସେହିପରି ଶିଳ୍ପପୁରୀ ବାଲିଘାଟର ନିଲାମଧାରୀ ଯେପରି ବେଆଇନ ଭାବେ ନିଲାମ ବାହାରୁ ବାଲି ଉଠାଉଥିଲେ ସେଭଳି କାଠଯୋଡ଼ିର ଅନେକ ସ୍ଥାନରୁ ବାଲି ଉଠୁଛି। ସଦର, ଟାଙ୍ଗୀ-ଚୌଦ୍ବାର ଓ ବାରଙ୍ଗରେ କେବଳ ବାଲି ନୁହେଁ ମୋରମ୍, ପଥର ଓ ମାଟି ଚୋରାଚାଲାଣ ସୀମା ଟପିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/BALI-GHAT-2083922.jpg)