କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: କଟକ ମଙ୍ଗଳାବାଗ ଥାନାରେ ଏତଲା

କଟକ: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଶନିବାର କଟକ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦାୟର କରାଯାଇଛି। କୋରାପୁଟ ଡିସିପିଓ, ପୁଲିସ ବିରୋଧରେ ମାମଲା ରୁଜୁ ହୋଇଛି। ସେହିଭଳି ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଅଭିଯୋଗରେ କୁହାଯାଇଛି, ପୀଡ଼ିତାଙ୍କୁ ଜବରଦସ୍ତି ଏସସିବିରେ ରଖାଯାଇଛି।

 

ସମ୍ବନ୍ଧିତ ଖବର