କଟକ: କଟକ ନୂଆପଡ଼ା ଖପୁରିଆ ଶିଳ୍ପାଞ୍ଚଳରେ ଥିବା ରୁଚି କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତିନୋଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଅଗ୍ନିକାଣ୍ଡରେ କିଛି ପରିମାଣର ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ତେବେ ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ରହିଥିବା ବେଳେ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ।
କଟକ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ରୁଚି କାରଖାନାରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2022/07/ruchi-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)