ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ତ; ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ

କଟକ: କଟକ ଶିଶୁଭବନ ନିୟୁ ମେଡ଼ିକାଲର ଆଇସିୟୁରେ ଅଗ୍ନିକାଣ୍ତ ଘଟଣା ଘଟିଛି। ଖବର ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ଏଥିରେ କେହି ବି ଗୁରୁତର ହୋଇନାହାଁନ୍ତି। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏ ନେଇ ତଦନ୍ତ କରାଯାଉଛି। ରୋଗୀସେବାରେ କୌଣସି ବାଧା ଆସି ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ୪ ବର୍ଷ ପୂର୍ବରୁ ଶିଶୁ ଭବନ ଠାରେ ନିଆଁ ଲାଗିଥିଲା। ଆଜି କିନ୍ତୁ ଶିଶୁଭବନ ନିୟୁ ମେଡ଼ିକାଲ ଆଇସିୟୁରେ ଅଗ୍ନିକାଣ୍ତ ଘଟିଛି।  ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ନିଆଁ ଆୟତ କରିଥିବାବେଳେ ‌ଏଥିରେ କେହି ଆହତ ହୋଇ ନାହାଁନ୍ତି। ରୋଗୀ ସେବା ଜାରି ରହିଛି।

ସମ୍ବନ୍ଧିତ ଖବର