କଟକ: ଭୁବନେଶ୍ବର ପରେ କଟକରେ ସ୍ବେଚ୍ଛାସେବୀ ସ˚ଗଠନ ଜୟ ଓଡ଼ିଶା ଓ କମିସନରେଟ ପୁଲିସ୍ ପକ୍ଷରୁ ୫୦ଟି ଟ୍ରାଫିକ୍ ପୋଷ୍ଟଗୁଡ଼ିକରେ ଫାଷ୍ଟ ଏଡ୍ ବକ୍ସ ଲଗାଯାଇଛି। ଏହି ବାକ୍ସରେ ତୁଳା, ବ୍ୟାଣ୍ତ-ଏଡ୍, ଗଜ୍, ବେଟାଡିନ୍ ଭଳି କିଛି ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ପଡୁଥିବା ଔଷଧ ରହିଛି। ଶିଖରପୁର ଛକଠାରେ ଏହି କାର୍ଯ୍ୟକ୍ରମକୁ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନ ସମୟରେ ଟ୍ରାଫିକ ଅତିରିକ୍ତ ଡିସିପି କିଶୋର କୁମାର ପାଣିଗ୍ରାହୀ, ଟ୍ରାଫିକ ଏସିପି ଦେବଜ୍ୟୋତି ଦାସ, ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ, ସିଫା ନିର୍ଦ୍ଦେଶକ ସାମି ସଲିମ ଉପସ୍ଥିତ ଥିଲେ। ନିୟମିତ ସମୟ ବ୍ୟବଧାନରେ ଏହି ବକ୍ସଗୁଡ଼ିକୁ ପୁନଃଭରଣ କରାଯିବ ଓ ଜୟ ଓଡ଼ିଶାର ସ୍ବେଚ୍ଛାସେବୀମାନେ ଏହାର ତଦାରଖ କରିବେ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/TRAFFIC-DCP-1085657.jpg)