କଟକ-ବିଦ୍ୟାଧରପୁର: ଆଉ କିଛିଦିନ ପରେ କାଳୀପୂଜା। ପୂର୍ବାଞ୍ଚଳର ବିଦ୍ୟାଧରପୁର କାଳୀପୂଜା ସମଗ୍ର ରାଜ୍ୟରେ ପ୍ରସିଦ୍ଧ। ଏହି ଅଞ୍ଚଳରେ କାଳୀପୂଜା କେତେ ପୁରୁଣା ତା’ର ସଠିକ ସୂଚନା ନଥିଲେ ବି ଏହା ୫ଶହ ବର୍ଷ ପୁରାତନ ବୋଲି କୁହାଯାଉଛି। ମାଦଳା ପାଞ୍ଜିରେ ମଧ୍ୟ ବର୍ଣ୍ଣିତ ହୋଇଅଛି ବିଦ୍ୟାଧରପୁର କାଳୀପୂଜା ସମ୍ପର୍କରେ। ଶ୍ରୀ ଚୈତନ୍ୟ ଦେବଙ୍କ ସହିତ ଓଡ଼ିଶା ଆସିଥିବା କିଛି ବଙ୍ଗୀୟ ପରିବାର ବିଦ୍ୟାଧରପୁରଠାରେ ରହିଯାଇଥିଲେ। ସେମାନେ ସାଙ୍ଗରେ ଆଣିଥିବା ଘଟ, ଖଡ୍ଗ ଓ କାଳୀ ଠାକୁରାଣୀଙ୍କ ପିତଳ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଅଁଳା ନବମୀଠାରୁ କାଳୀପୂଜା ଆରମ୍ଭ ହୁଏ।
କରୋନା କଟକଣା ଯୋଗୁଁ ଏ ବର୍ଷ କେବଳ ପୀଠ ବ୍ୟତୀତ ଅନ୍ୟ ମଣ୍ଡପମାନଙ୍କରେ ୪ଫୁଟ ଉଚ୍ଚତାର ମା’ ମୂର୍ତ୍ତି ପୂଜା କରାଯାଇଥିଲା। କାଳୀପୂଜା ନେଇ ରବିବାର କଟକ ଡିସିପି ପ୍ରତୀକ ସିଂ ବିଦ୍ୟାଧରପୁର ପୂଜା କମିଟିକୁ ଡାକି କାଳୀପୂଜା ବିଷୟରେ ଆଲୋଚନା କରିଥିଲେ। ଦୁର୍ଗାପୂଜା ପରି ଏଥରକ ୩ ପୀଠ କାଳୀ ଓ ୨୮ଟି ମଣ୍ଡପରେ ପୂଜା ପାଇବାକୁ ଥିବା ଦେବଦେବୀଙ୍କ ଉଚ୍ଚତା ୪ଫୁଟ ହେବ। ପରଦା ଆଢୁଆଳରେ ପୂଜା କରାଯିବା ସହିତ ମାତ୍ର ୭ ଜଣ ମଣ୍ଡପରେ ରହିବେ ବୋଲି ସୂଚନା ଦେଇଛନ୍ତି। ଆସନ୍ତା ୨୨ତାରିଖରୁ ଆରମ୍ଭ ହେବାକୁ ଥିବା ପୂଜା କିପରି ଢ଼ଙ୍ଗରେ ପାଳନ ହେବ ଚାଉଳିଆଗଞ୍ଜ ଥାନା ପକ୍ଷରୁ ମିଟିଂ କରାଯାଇ ଜଣାଇଦିଆଯିବ ବୋଲି ଡିସିପି କହିଥିବା କମିଟିର ସହସ°ପାଦକ ଦିଲ୍ଲୀପ ମହାରଣା ଓ ପ୍ରଭାକର ନନ୍ଦ କହିଛନ୍ତି।
ପୀଠରେ ୪ ଫୁଟ ଉଚ୍ଚତାର କାଳୀ ମା’କାଳୀଙ୍କ ମୂର୍ତ୍ତିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିବାବେଳେ ବେଳେ ଗ୍ରାମବାସୀ ଆଶଙ୍କାରେ ବିୀ ଅଛନ୍ତି। ବିଭ୍ରାଟ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ପୂର୍ବରୁ ଗ୍ରାମବାସୀ ଅଙ୍ଗେ ନିଭାଇଥିବା କହିଛନ୍ତି। ପୂଜା କମିଟିର ପୂର୍ବତନ ସଭାପତି ଭୁବନାନନ୍ଦ ପଣ୍ଡା କହିଛନ୍ତି, ୩୫ବର୍ଷ ତଳର ଘଟଣା। ସେତେବେଳେ ମା’ଙ୍କ ପାଖରେ ଛାଗବଳି ପଡୁଥିଲା। କଳା ଛାଗ ବଦଳରେ ଏକ ଅଳ୍ପ କସରା ଛାଗ ବଳି ପଡ଼ିଲା। ତାପରେ ଗ୍ରାମର କେତେ ଅନିଷ୍ଟ ହେଲା ତାହା ଅବର୍ଣ୍ଣନୀୟ। ସମସ୍ତେ ମା’ଙ୍କ ପାଖରେ କ୍ଷମାପ୍ରାର୍ଥନା କଲାପରେ ରକ୍ଷା ପାଇଲୁ। ତେଣୁ ଆଗାମୀ ଦିନରେ କି’ ଅଘଟଣ ଘଟିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେଣୁ, ପୀଠକୁ ଛାଡ଼ି ଅନ୍ୟ ମଣ୍ଡପମାନଙ୍କରେ ୪ଫୁଟ ଉଚ୍ଚର ମୂର୍ତ୍ତି ପୂଜା ହେଉ ବୋଲି ଗ୍ରାମବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/IMG-20201101-WA0000061820-rotated-1.jpg)