କଟକ ଅନ୍ତଃ କ୍ଲବ୍‌ କ୍ରିକେଟ; ଆଲୋକ ଓ ଅବିନାଶଙ୍କ ଶତକ, ଅଭିଷେକଙ୍କୁ ୫ ଉଇକେଟ୍‌ ସଫଳତା

କଟକ: କଟକ ଜିଲ୍ଲା କ୍ରୀଡ଼ ସ˚ସଦ ପକ୍ଷରୁ ଆଜିଠାରୁ କଟକର ବିଭିନ୍ନ ପଡ଼ିଆରେ ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏସ୍‌ବି ସ୍ପୋର୍ଟ୍ସ କ୍ଲବ, ସୋଲାର କ୍ରିକେଟ ଏକାଡେମୀ, ସନସାଇନ, ବାରବାଟୀ ରେସିଡେନ୍ସିଆଲ କ୍ଲବ, ରାଇଜି˚ ଷ୍ଟୁଡେଣ୍ଟ, ରୟାଲ କ୍ଲବ୍‌ ବିଜୟୀ ହୋଇଛନ୍ତି। ଗୁରୁବାର ଏସ୍‌ବି ସ୍ପୋର୍ଟ୍ସ କ୍ଲବ୍‌ର ଆଲୋକ ସାହୁ, ଅବିନାଶ ନାୟକ ଦ୍ରୁତ ଶତକ ଅର୍ଜନ କରିଥିଲାବେଳେ ରାଇଜି˚ ଷ୍ଟୁଡେଣ୍ଟର ଅଭିଷେକ ରାଉତ ୫ ଵିକେଟ ସଫଳତା ପାଇଛନ୍ତି। ରେଭେନ୍ସା ପଡ଼ିଆରେ ଏସ୍‌ବି ସ୍ପୋର୍ଟ୍ସ କ୍ଲବ୍‌ ୨୦୦ ରନ୍‌ରେ ରଘୁନାଥଜୀଉ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ଏସ୍‌ବି ସ୍ପୋର୍ଟ୍ସ କ୍ଲବ୍‌ ବ୍ୟାଟି˚ ଆରମ୍ଭ କରିଥିଲାବେଳେ ୩ ଵିକେଟ ବିନିମୟରେ ୩୭୬ ରନ୍‌ ସ˚ଗ୍ରହ କରିଥିଲା। ଅବିନାଶ ନାୟକ ୮୯ ବଲ୍‌ରୁ ୧୧ ଚୌକା ଓ ୨ ଛକା ସହାୟତାରେ ୧୦୫ ରନ୍‌ ଏବ˚ ଆଲୋକ ଚନ୍ଦ୍ର ସାହୁ ୧୦୪ ବଲ୍‌ରୁ ୧୬ ଚୌକା ଓ ୩ ଛକା ସହାୟତାରେ ୧୩୬ ରନ୍‌ ଦଳୀୟ ରନ୍‌ରେ ଯୋଡ଼ିଥିଲେ। ଉଭୟ ପ୍ରଥମ ଵିକେଟରେ ୨୪୦ରନ୍‌ ଯୋଗ କରିଥିଲେ। ପରେ ସୌଭାଗ୍ୟ ର˚ଜନ ମିଶ୍ର ୬୧, ଅନୁପମ ସାହୁ ୩୯*, ଜ୍ଞାନ ରାଏ ୯* ରନ୍‌ କରି ଦଳକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ଜବାବରେ ରଘୁନାଥଜୀଉ କ୍ଲବ ୧୭୬ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ସେକ୍‌. ଅସଫାକ ୪୯, ସୁମିର ବେହେରା ୩୪ରନ୍‌ ସ˚ଗ୍ରହ କରିଥିଲାବେଳେ ବିଜୟୀ ଦଳ ପକ୍ଷରୁ ସିଦ୍ଧାର୍ତ ସିହ୍ନା ୩, ମିଲନ ଭୟାନି ୩, ତାରାକାନ୍ତ ସାମଲ ୨ ଵିକେଟ ନେଇଥିଲେ।

ରେଭେନ୍ସା ୨ନମ୍ବର ପଡ଼ିଆରେ ସୋଲାର କ୍ରିକେଟ ଏକାଡେମୀ ୧୨୭ରନ୍‌ରେ ବିଡ଼ାନାସୀ କ୍ଲବ୍‌କୁ ହରାଇଛି। ସୋଲାର ବ୍ୟାଟି˚ ଆରମ୍ଭ କରି ସମସ୍ତ ଵିକେଟ ବିନିମୟରେ ୨୩୪ ରନ୍‌ ସ˚ଗ୍ରହ କରିଥିଲା। ଓମ୍‌ପ୍ରକାଶ ସ୍ବାଇଁ ୫୯, ଶ୍ରୀହରି ଦଳାଇ ୮୦ ରନ୍‌ କରିଥିଲେ। ଜୋତିପ୍ରକାଶ ସାହୁ ୩, ସାମୁଏଲ ରାଉତ ୩ ଵିକେଟ ନେଇଥିଲେ। ୨୩୫ରନ୍‌କୁ ପିଛା କରିବାକୁ ଯାଇ ବିଡ଼ାନାସୀ ୧୦୭ରନ୍‌ କରିଥିଲାବେଳେ ସମସ୍ତ ଵିକେଟ ହରାଇଥିଲା। ଅଧିନାୟକ ସାମୁଏଲ୍‌ ୫୧ ଓ ଦେବାଶିଷ ରାଉତ ୨୨ରନ୍‌ର ପାଳି ଖେଳିଥିଲାବେଳେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ବିଜୟୀ ଦଳର ମନିଷ ରାଉତ ୪, ତାପସ ଦାସ ୩, ଅସ୍ମିତ ରାଉତ ୨ ଵିକେଟ ପାଇଥିଲେ। ବୋସ୍‌ ପଡ଼ିଆରେ ସନ୍‌ସାଇନ୍‌ ୭୯ରନ୍‌ରେ କିଶୋର କ୍ଲବ୍‌କୁ ପରାସ୍ତ କରିଛି। ବିଶ୍ବସ୍ବାଗତ ଭଟ୍ଟାଚାର୍ଯ୍ୟଙ୍କ ୩୩, ପବିତ୍ର ରାଉତରାୟଙ୍କ ୩୦, ମହମ୍ମଦ ରାଜାଙ୍କ ୪୫ରନ୍‌ ସହାୟତାରେ ସନ୍‌ସାଇନ ସମସ୍ତ ଵିକେଟ ହରାଇ ୨୩୨ରନ୍‌ କରିଥିଲା। ରମେଶ ବେହେରା ୪, ସୁବାଶିଷ ବେହେରା ୩ ଵିକେଟ ନେଇଥିଲେ। ଜବାବରେ କିଶୋର ନିୟମିତ ଭାବେ ଵିକେଟ ହରାଇ ୧୫୩ ରନ୍‌ କରିପାରିଥିଲା। ଅଧିନାୟକ ସୌରଭ ପରିଡ଼ା ୮୪ରନ୍‌ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ବି ଦଳକୁ ପରାଜୟରୁ ଉଦ୍ଧାର କରିପାରିନଥିଲେ। ବିଜୟୀ ଦଳର ଜଗଦୀଶ ଘଡ଼ାଇ ୨, ମହମ୍ମଦ ରାଜା ୩, ସାଇଦୀପ ମହାପାତ୍ର ୨ ଵିକେଟ ନେଇଥିଲେ।

ନିମପୁର ପଡ଼ିଆରେ ବାରବାଟୀ ରେସିଡେନ୍ସିଆଲ ଏକାଡେମୀ ୯ ଵିକେଟରେ ମଙ୍ଗଳା କ୍ଲବ୍‌କୁ ମାତ୍‌ ଦେଇଛି। ପ୍ରଥମେ ବ୍ୟାଟି˚ କରିଥିବା ମଙ୍ଗଳା କ୍ଲବ୍‌ ୧୩୬ରନ୍‌ ସ˚ଗ୍ରହ କରିଥିଲାବେଳେ ବାରବାଟୀ ୧୬ ଓଭରରେ ୧ ଵିକେଟ ହରାଇ ମ୍ୟାଚ ଜିତିଥିଲା। ବିଶ୍ବଜିତ ପାତ୍ର ୪୮* ଓ ସନତ ଶ୍ରୀବତ୍ସ ତ୍ରିପାଠୀ ୬୧* ରନ୍‌ କରି ଦଳକୁ ଜିତାଇଥିଲେ। ଡ୍ରିମ୍ସ ଷ୍ଟାଡିୟମରେ ରାଇଜି˚ ଷ୍ଟୁଡେଣ୍ଟ ୨୪୫ରନ୍‌ରେ ଜୟଦୁର୍ଗାକୁ ହରାଇଛି। ପ୍ରିନ୍ସ ବେହେରାଙ୍କ ୬୭, ଅଭିଷେକ ରାଉତଙ୍କ ୫୬, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୪୨ ରନ୍‌ ସହାୟତାରେ ରାଇଜି˚ ଷ୍ଟୁଡେଣ୍ଟ ସମସ୍ତ ଵିକେଟ ହରାଇ ୩୦୮ରନ୍‌ ସ˚ଗ୍ରହ କରିଥିଲା। ହେଲେ ଜୟଦୁର୍ଗା ନିୟମିତ ଅନ୍ତରାଳରେ ଵିକେଟ ହରାଇ ମାତ୍ର ୬୩ରନ୍‌ରେ ସୀମିତ ରହିଥିଲା। ବିଜୟୀ ଦଳ ପାଇଁ ଅଭିଷେକ ରାଉତ ୫ ଵିକେଟ ସଫଳତା ପାଇଥିଲାବେଳେ ଜୟନ୍ତ ବେହେରା ୩, ଶୁଭମ ନାୟକ ୧ ଵିକେଟ ନେଇଥିଲେ। ବିଡ଼ାନାସୀ ପଡ଼ିଆରେ ରୟାଲ କ୍ଲବ ୫ ଵିକେଟରେ ରୋଭର୍ସ ଦୌଡ଼କୁଦ ସ˚ଘକୁ ପରାସ୍ତ କରିଛି। ରାଜ ପଣ୍ତାଙ୍କ ୭୫ ଓ ହରେକୃଷ୍ଣ ଦାସଙ୍କ ୪୪ରନ୍‌ ସହଯୋଗରେ ରୋଭର୍ସ ୨୧୯ରନ୍‌ ସ˚ଗ୍ରହ କରିଥିଲା। ତେବେ ରୟାଲ କ୍ଲବ୍‌ ୩୨.୨ ଓଭର ସୁଦ୍ଧା ୫ ଵିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଭିଷେକ ବେହେରା ୮୦, ପିଣ୍ଟୁ ଶର୍ମା ୫୭*, ବିକାଶ ବାନାର୍ଜୀ ୩୧ ରନ୍‌ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।

ସମ୍ବନ୍ଧିତ ଖବର