କଟକ ପର୍ଯ୍ୟଟନ ମାନଚିତ୍ରରେ ନୂଆ ଆକର୍ଷଣ, ମହାନଦୀରେ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

କଟକ: କଟକର ପର୍ଯ୍ୟଟନ ମାନଚିତ୍ରରେ ପୁଣି ଏକ ନୂଆ ଆକର୍ଷଣ ଯୋଡ଼ି ହୋଇ ଯାଇଛି। ମହାନଦୀର ନୀଳ ଜଳ ରାଶିରେ ପ୍ରଥମ ଥର ପାଇଁ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ୍’ ଉଦ୍‌ଘାଟିତ ହୋଇଛି। ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ପକ୍ଷରୁ ଏଭଳି ଏକ ନୂଆ ଧରଣର ରେଷ୍ଟରାଣ୍ଟ୍ ଖୋଲାଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌ର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟା‌ୟରେ ଏକ ସମୟରେ ୮ ଜଣ ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟର ବସି ପାରିବେ। ଘଣ୍ଟା ପ୍ରତି ହିସାବରେ ଏଠାରେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡିବ। ଏହି ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ୍‌ ରହିଛି ଏବ˚ ଏଲ୍‌ଇଡି ଲାଇଟ୍‌ରେ ଏହାକୁ ସୁସଜ୍ଜିତ କରାଯାଇଛି। ଫଳରେ ସନ୍ଧ୍ୟା ସମୟରେ ବି ପର୍ଯ୍ୟଟକମାନେ ରେଷ୍ଟୁରାଣ୍ଟରେ ଖାଇବାର ମଜା ନେଇ ପାରିବେ। ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ଏଠାରେ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଉଦଘାଟନ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ଗ୍ରାହକମାନେ ସିଲଭର୍ ସିଟ୍ ବୋଟ୍ କ୍ଲବ୍ ଅଥବା ପାନ୍ଥ ନିବାସ ଜରିଆରେ ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ୍ ବୁକ୍ କରି ପାରିବେ। ଆଗାମୀ ଦିନରେ ୩୦ ଜଣ ବସିବା ଭଳି ଫ୍ଲୋଟି˚ ରେଷ୍ଟୁରାଣ୍ଟ ବ୍ୟବସ୍ଥା କରିବାକୁ ଓଟିଡିସି ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ଉଦଘାଟନ କାର୍ଯ୍ୟକ୍ରମରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ରାମଚନ୍ଦ୍ର ଯାଦବ, ଓଟିଡିସି ମହାପ୍ରବନ୍ଧକ ଶାନ୍ତନୁ ମହାନ୍ତି, କଂପାନି ସେକ୍ରେଟାରି ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ୍ ମ୍ୟାନେଜର୍ ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଂଜନ ମିଶ୍ର, କଟକ ପାନ୍ଥ ନିବାସ ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ପର୍ଯ୍ୟଟନର ବିକାଶ ସହିତ ଜଳକ୍ରୀଡାକୁ ଅଧିକ ଆକର୍ଷଣୀୟ କରିବାର ଇଏ ହେଉଛି ଅଂଶବିଶେଷ। ଏହାକୁ ଆଗାମୀ ଦିନରେ ଅଧିକ ଆକର୍ଷଣୀୟ କରିବାକୁ ଓଟିଡିସି ପଦକ୍ଷେପ ନେବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗଲା ଏପ୍ରିଲ୍ ମାସରେ ଏହି ବୋଟ୍ କ୍ଲବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ସେହି ସମୟରେ ଏଠରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ଯୋଜନା ହୋଇଥିଲେ ବି କୋଭିଡ୍ କଟକଣା ଯୋଗୁଁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ସମ୍ବନ୍ଧିତ ଖବର