ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ୩୦ ସିଟ୍‌ର ଫ୍ଲୋଟି˚ ରେଷ୍ଟୁରାଣ୍ଟ, ରବିବାରରୁ ଖୋଲିବ; ଟେବୁଲ୍‌ ପିଛା ଘଣ୍ଟାକୁ ୧୨ ଶହ

କଟକ: ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ କଟକର ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଆରମ୍ଭ ହେବ ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ରବିବାରଠୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ‌ରେଷ୍ଟୁରାଣ୍ଟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ଶାଖା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଦେ’ ସୂଚନା ଦେଇଛନ୍ତି। ପୂର୍ବରୁ ବୋଟ୍‌ କ୍ଲବ୍‌ରେ ପର୍ଯ୍ୟଟକମାନେ ୮ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟର ମଜା ଉଠାଇ ଆସୁଛନ୍ତି। ଏବେ ୩୦ ସିଟ୍‌ରେ ଅଧିକ ପର୍ଯ୍ୟଟକଙ୍କୁ ମହାନଦୀ ପାଣି ଉପରେ ଖାଇବାର ସୁଯୋଗ ଯୋଗାଇ ଦିଆଯିବ। ଏହି ନୂଆ ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ୭ଟି ଟେବୁଲ ପକାଯାଇଛି। ପ୍ରତି ଟେବୁଲ୍‌ର ମୂଲ୍ୟ ଘଣ୍ଟାପ୍ରତି ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି କେହି ସମ୍ପୂର୍ଣ୍ଣ ରେଷ୍ଟୁରାଣ୍ଟକୁ ବୁକ୍‌ କରିବାକୁ ଚାହିଁବେ ତାହେଲେ ସେମାନଙ୍କ ପାଇଁ ଭିନ୍ନଭିନ୍ନ ସମୟ ଓ ଦର ରଖାଯାଇଛି। ସକାଳ ସାଢେ ୧୦ଟାରୁ ଦିନ ସାଢେ ୩ଟା ପର୍ଯ୍ୟନ୍ତ ଏବ˚ ଦ୍ବିତୀୟ ସମୟ ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଦୁଇଟି ସ୍ଲଟ୍‌ ରଖାଯାଇଛି।

ପ୍ରତି ସ୍ଲଟ୍‌କୁ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି କମ୍‌ ସମୟ ପାଇଁ ସ୍ଲଟ୍‌ ବୁକ୍‌ କରିବେ ତାହେଲେ ୨ ଘଣ୍ଟାର ସ୍ଲଟ୍‌ ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏହାବାଦ୍‌ ଦିନ ସାଢେ ୧୦ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଗୋଟିଏ ଦିନ ବୁକ୍‌ କରିବା ପାଇଁ ୩୭ ହଜାର ଟଙ୍କା ନିର୍ଧାରଣ କରାଯାଇଛି। ପର୍ଯ୍ୟଟକମାନେ ଏଠାରେ ଜନ୍ମଦିନ, ବିବାହ, ପାର୍ଟି, କନ୍‌ଫରେନ୍ସ ଇତ୍ୟାଦି ଆୟୋଜନ କରିପାରିବେ। ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ସର୍ବାଧିକ ୫୦ ଜଣ ରହିଲା ଭଳି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଟେବୁଲ କିମ୍ବା ରେଷ୍ଟୁରାଣ୍ଟ ବୁକ୍‌ କରିବାକୁ ଚାହିଁବେ, ସେମାନେ ପାନ୍ଥନିବାସ କିମ୍ବା ବୋଟ୍‌ କ୍ଲବ୍‌ରେ ସିଧାସଳଖ ବୁକି˚ କରିପାରିବେ ବୋଲି ଶ୍ରୀ ଦେ’ ସୂଚନା ଦେଇଛନ୍ତି। ରାତି ସମୟରେ ରେଷ୍ଟୁରାଣ୍ଟରେ ଖାଇବାକୁ ଚାହୁଁଥିବା ପର୍ଯ୍ୟଟକମାନେ ସୁସଜ୍ଜିତ ଆଲୋକ ସହିତ ଡିଜେ ଲାଇଟ୍‌ ଆଣ୍ତ ମ୍ୟୁଜିକ୍‌ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରେଷ୍ଟୁରାଣ୍ଟରେ ଲାଇଫ୍‌ଗାର୍ଡ ନିୟୋଜିତ ରହିବେ। ବିଭିନ୍ନ ଜୀବନରକ୍ଷାକାରୀ ଉପକରଣ ସହ ଟ୍ୟୁବ, ଅଗ୍ନିନିର୍ବାପକ ଯନ୍ତ୍ର ସେଠାରେ ମହଜୁଦ୍‌ ରହିବ। ଲାଇଫ୍‌ଗାର୍ଡମାନେ କ୍ଲବ୍‌ର କୂଳ ସହିତ ଵାକି ଟକି ମାଧ୍ୟମରେ ନିୟମିତ ଯୋଗାଯୋଗରେ ରହିବେ। ଓଟିଡିସି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟକୁ ପର୍ଯ୍ୟଟକମାନେ ଅର୍ଡର କଲେ କ୍ଲବ୍‌ର କର୍ମଚାରୀମାନେ ତାହାକୁ ବୋଟ୍‌ ପାଖରେ ପହଞ୍ଚାଇବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର