କଟକ ବଡ଼ମେଡିକାଲରେ ଅକ୍ସିଜେନ ଫ୍ଲୋ ମିଟର ଫାଟିଲା, ରୋଗୀ ଭୟଭୀତ

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ରବିବାର ଅକ୍ସିଜେନ ସିଲିଣ୍ଡରରେ ଲାଗିଥିବା ଫ୍ଲୋ ମିଟର ଫାଟିବାରୁ ରୋଗୀମାନେ ଭୟଭୀତ ହୋଇ ଯାଇଛନ୍ତି। ରୋଗୀ ସେବା ବେଳେ ହସ୍ପିଟାଲର ନର୍ସମାନେ ଫ୍ଲୋ ମିଟରକୁ ଅକ୍ସିଜେନ ସିଲିଣ୍ଡର ସହିତ ସଂଯୋଗ କରୁଥିବା ବେଳେ ଏହା ଫାଟି ଯାଇଥିଲା। ଫଳରେ କିଛି ଶବ୍ଦ ହୋଇଥିଲା। କାର୍ଯ୍ୟରତ ନର୍ସମାନେ ରୋଗୀଙ୍କୁ ଛାଡି ଦୌଡ଼ି ପଳାଇଥିଲେ। ଜୀବନ ବିକଳରେ ରୋଗୀମାନେ ମଧ୍ୟ ଏଣେ ତେଣେ ପଳାଇଥିଲେ।

ଘଟଣା ସାମାନ୍ୟ ଥବାରୁ ପରେ ପୁଣି ହସ୍ପିଟାଲ କାମ ପୂର୍ବଭଳି ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ ପୁରୁଣା ମେଡିସିନ ଓ୍ଵାର୍ଡର ୩ୟ ମହଲାରେ ଥିବା ଅକ୍ସିଜେନ ସିଲିଣ୍ଡର ଫ୍ଲୋ ମିଟର ଅପରାହ୍ଣରେ କୌଣସି ପ୍ରକାରରେ ଫାଟି ଯାଇଥିଲା।

ସମ୍ବନ୍ଧିତ ଖବର