କଟକ : ଏମ୍ସିଏ ଛାତ୍ର ସାଜିଥିଲା ଡକାୟତି ଗ୍ୟାଙ୍ଗର ମୁଖ୍ୟ। ଗଲା ୮ ବର୍ଷରେ ଏହି ଗ୍ୟାଙ୍ଗ ୪୦ରୁ ଅଧିକ ଡକାୟତି କରିିଛି। ସିଡିଏ ଫେଜ୍-୨ ଥାନା ପୁଲିସ୍ ଏଭଳି ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିବା ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର, ବାଇକ୍ ଓ ଲାପଟପ୍ ଜବତ କରିଛି। ଗ୍ୟାଙ୍ଗର ଅନ୍ୟ ୫ଜଣ ଖସିଯାଇଥିବା ସୂଚନା ମିଳିଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗର ମୁଖ୍ୟ ପ୍ରଜାପତି ବ୍ରହ୍ମକୁମାର ଦୀକ୍ଷିତ ଓରଫ୍ ମନୋଜ କୁମାର ସିଂହ ୨୦୦୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୦ରୁ ଅଧିକ ଡକାୟତି କରିଛିି। କିନ୍ତୁ ପୁଲିସ ୧୯ଟି ଘଟଣାରେ ତା’ ବିରୋଧରେ ପ୍ରମାଣ ପାଇଛି। ମନୋଜ ସମେତ ୫ ଜଣଙ୍କୁ ସିଡିଏ ଫେଜ୍-୨ ଥାନା ପୁଲିସ ଗିରଫ କରିଛି। ପୁଲିସ ଆଜି କଟକ ବୈଦେଶ୍ୱର ଥାନା ଖଜୁରୀପଡ଼ାର ମନୋଜ କୁମାର ସିଂହ ସମେତ ପ୍ରଭାତ କୁମାର ସିଂହ(୬୦), ଗୋପବନ୍ଧୁନଗର ଅଞ୍ଚଳର ବସନ୍ତ କୁମାର ସାହୁ(୫୪), ବାଙ୍କୀର ସୂର୍ଯ୍ୟମଣି ଓରଫ ମୁନା ଓରଫ ମନୋଜ ଖଟୁଆ(୩୫) ଏବଂ ଖୋର୍ଧା ବେଗୁନିଆ ଅଞ୍ଚଳର ସଦାଶିବ ବିଷ୍ଣୁ ଶିରକେ(୩୬)ଙ୍କୁ ଗିରଫ କରିଛି।
ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ : ଗ୍ୟାଙ୍ଗର୍ ମୁଖ୍ୟ ଏମ୍ସିଏ ଛାତ୍ର
/sambad/media/post_attachments/wp-content/uploads/2018/04/CDA-CHORI-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)