ଫାଷ୍ଟ ୟୁନାଇଟେଡ କଟକ ଜିଲ୍ଲା ଯୋଗ ଚାମ୍ପିୟନସିପ୍‌ର ପ୍ରଥମ ସ୍ଥାନରେ କଟକର ଗୋଲାପ ଦାସ

୫ଟି ପ୍ରମୁଖ ଯୋଗାସନ କରି ବିଜୟୀ

କଟକ: ଫାଷ୍ଟ ୟୁନାଇଟେଡ଼ କଟକ ଜିଲ୍ଲା ଯୋଗ ଚମ୍ପିୟନସିପରେ ପ୍ରଥମ ସ୍ଥାନରେ କଟକର ଗୋଲାପ ଦାସ। ଜଣେ ଗୃହିଣୀ ହୋଇ ମଧ୍ୟ ସୁସ୍ଥ ଶରୀର ଗଠନ କରିବା ଦିଗରେ ରହିଛି ତାଙ୍କର ଦୃଢ ଇଛା। ଏପରିକି ଏହି ପ୍ରତିଯୋଗୀତାରେ ୫ଟି ମୁଖ୍ୟ ଯୋଗ ଆସନ କରି ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ହୋଇଛନ୍ତି ସେ ଚମ୍ପିୟାନ ଓ ପାଲଟିଛନ୍ତି ଅନ୍ୟଙ୍କ ପାଇଁ ଏକ ସ୍ପଷ୍ଟ ଉଦାହରଣ।
କଟକ ନିମସାହି ଠାରେ ବାସ କରୁଥିବା ରାମକୃଷ୍ଣ ଦାସଙ୍କ ପତ୍ନୀ ଗୋଲାପ ଦାସ। ବୟସ ୪୫ ବର୍ଷ। ଫାଷ୍ଟ ୟୁନାଇଟେଡ଼ କଟକ ଜିଲ୍ଲା ଯୋଗ ଚମ୍ପିୟନସିପରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ସେ। ଆଜିକୁ ୩ ବର୍ଷ ହେବ ଷ୍ଟାର୍କ ଜିମ ଠାରେ ଟ୍ରେନର ଦେବାଶିଷ ହଲଦାରଙ୍କ ଠାରୁ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଯୋଗ ଶିଖି ଆସୁଥିବାବେଳେ ପ୍ରଥମଥର କରି ଏହି ପ୍ରତିଯୋଗୀତାରେ ଭାଗ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ସେ। କଟକ ସହର ଓ ଜିଲ୍ଲାରୁ ୧୫୦ ଜଣ ପ୍ରତିଯୋଗୀ ଏହି ଚମ୍ପିୟନସିପରେ ଭାଗ ନେଇଥିବାବେଳେ ଏହା ୪ଟି କ୍ୟାଟାଗୋରୀରେ ରହିଥିଲା। କ୍ୟାଟାଗୋରୀ-ଏ ବୟସ ୧ରୁ ୧୦ ବର୍ଷ, କ୍ୟାଟାଗୋରୀ-ବି ବୟସ ୧୦ ରୁ ୧୫ ବର୍ଷ, କ୍ୟାଟାଗୋରୀ-ସି ବୟସ ୧୫ ରୁ ୨୦ ବର୍ଷ, କ୍ୟାଟାଗୋରୀ- ଡି ବୟସ ୨୦ ରୁ ୩୦ ବର୍ଷ, କ୍ୟାଟାଗୋରୀ- ଇ ବୟସ ୪୦ ରୁ ୫୦ ବର୍ଷ। ତେବେ କ୍ୟାଟାଗୋରୀ-ଇ ରେ ଭାଗ ନେଇଥିଲେ ଗୋଲାପ ଦାସ।

Sambad

ଯେଉଁଥିରେ ରହିଥିଲେ ୨୦ ଜଣ ପ୍ରତିଯୋଗୀ। ଏହି ଚମ୍ପିୟନସିପରେ ମୁଖ୍ୟତଃ ଚକ୍ରା ଆସନ, ତୁଲାଦଣ୍ତା ଆସନ, ପ୍ରସାରିତ ପାଦ ଉତ୍ତନ ଆସନ, ହନୁମାନ ଆସନ, ଭୁ-ନମନ ଆସନ ଏହି ୫ଟି ଆସନ ୨୦ ସେକେଣ୍ଡ ଲେଖାଏଁ କରି ପ୍ରଥମ ସ୍ଥାନରେ ରହିଛନ୍ତି ସେ। ଏ ନେଇ ଗୋଲାପ ଦାସ କହନ୍ତି, ସୁସ୍ଥ ଶରୀର ପାଇଁ ମୋ ପୁଅ ମତେ ଜିମରେ ଆଡ଼ମିସନ କରାଇଥିଲା। ସେଠାରେ ମୁଁ ଯୋଗ ଶିଖିବା ଆରମ୍ଭ କଲି। ଏବଂ ଧୀରେ ଧୀରେ ଏହି ଯୋଗ ଶରୀରକୁ ବେଶ ଆକ୍ଟିଭ କରାଇବା ଦ୍ୱାରା ଏହି ଯୋଗକୁ କରିବା ବଜାୟ ରଖିଲି। ପରେ କୋଭିଡ଼ ସମୟରେ ମଧ୍ୟ ଘରେ ରହି ଟ୍ରେନରଙ୍କ ଠାରୁ ଅନଲାଇନରେ ଯୋଗ ଶିଖିଆସୁଥିଲି। ଜିଲ୍ଲାସ୍ତରରେ ଏଭଳି ଚମ୍ପିୟନସିପରେ ଭାଗ ନେଇ ପ୍ରଥମ ହେବା ମୋ ପାଇଁ ବହୁ ବଡ଼ କଥା। ଆଗାମୀଦିନରେ ଯୋଗ କରିବା ବଜାୟ ରଖିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହେଉଥିବା ଚମ୍ପିୟନସିପରେ ଭାଗ ନେବି ଏବଂ ପ୍ରଥମ ସ୍ଥାନରେ ବା ଚମ୍ପିୟାନ ହେବାର ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର