କଟକ : କଟକ ଶିଖରପୁର ରେଳକ୍ରସିଂଠାରେ ଆଜି ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଳବାଇର ଟେକନିକାଲ ଟିମ ପହଞ୍ଚିଛନ୍ତି ।
/sambad/media/post_attachments/wp-content/uploads/2020/09/ctc-rail-1-1024x472.jpg)
ମିଳିଥିବା ସୂଚନା ଅନୁସାରେ ଏହି ମାଲବାହୀ ଟ୍ରେନଟି ଭଦ୍ରକରୁ ଖୋର୍ଦ୍ଧାରୋଡ ଅଭିମୁଖେ ଯାଉଥିବାବେଳେ ଶିଖରପୁର ଲେବୁଲ କ୍ରସିଂ ନିକଟରେ ୧୦ ନମ୍ବର ଟ୍ରାକରେ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହାଯୋଗୁଁ ଅନ୍ୟ ଟ୍ରେନ ଚଳାଚଳରେ କୌଣସି ସମସ୍ୟା ଉପୁଜିନଥିବା ଜଣାପଡ଼ିଛି । ଲାଇନଚ୍ୟୁତ ଖବରପାଇ ଘଟଣାସ୍ଥଳରେ ରେଳବାଇର ଟେକନିକାଲ ଟିମ ଓ ଆରପିଏଫ ଅଧିକାରୀମାନେ ପହଞ୍ଚିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc-rail.jpg)