ଗଣେଶ ପୂଜା ପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କଲା କଟକ ମହାନଗର ନିଗମ

କଟକ: ପାଖେଇ ଆସୁଛି ଗଣେଶ ପୂଜା। ଏନେଇ ଗାଇଡଲାଇନ ଜାରି କଲା କଟକ ମହାନଗର ନିଗମ। ପୂଜା ପାଇଁ ମଣ୍ଡପ ଗୁଡିକୁ କମିସନରେଟ ପୁଲିସ ଠାରୁ ନେବାକୁ ହେବ ଅନୁମତି। ସିଏମସି ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ପରିବେଶ ମଧ୍ୟରେ ହେବ ପୂଜା। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସର୍ବସାଧାରଣ ଦର୍ଶନକୁ ନିଷେଧ କରାଯାଇଛି।

Sambad

ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ହେବାକୁ ଥିବା ପୂଜାରେ ମାତ୍ର ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମିତ ଦିଆଯାଇଛି। ହେଲେ ପୂଜା ମଣ୍ଡପ ଗୁଡିକରେ କେବଳ ୭ ଜଣ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ପୂଜା କରାଯିବ। ଚଳିତବର୍ଷ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର