ଭୁବନେଶ୍ବର: ମଙ୍ଗଳବାର ଅପରାହ୍ନରେ ପୁଲିସ ଡିଜି ଅଭୟ ଭୁବନେଶ୍ୱର ଏବଂ କଟକ ଦ୍ବୈତନଗରୀ ପାଇଁ ଏକ ଦାଦାବଟି ନିରୋଧୀ ହେଲ୍ପଲାଇନ – 9938910000ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି ଯେ ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ ଦୁଇ ସହରରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଗ୍ରହଣ କରିବ।
/sambad/media/post_attachments/wp-content/uploads/2020/10/11-21.jpg)
ନାଗରିକମାନେ ଟେଲିଫୋନ୍ କଲ୍, ହ୍ବାଟସ ଆପ୍, ଏସ୍ଏମ୍ଏସ୍ ଏବଂ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ଓ ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କହିଛନ୍ତି ସେ। ଦୁଇ ସହରରେ ଅସାମାଜିକ ଗୁଣ୍ଡା ବ୍ୟବସାୟୀ ତଥା ବ୍ୟବସାୟୀଙ୍କଠାରୁ ଜବରଦସ୍ତ ଟଙ୍କା ସଂଗ୍ରହକୁ ରୋକିବା ପାଇଁ କମିସନରେଟ୍ ପୁଲିସ୍ ‘ଦାଦାବଟିକୁ ନା’ ଅଭିଯାନ ଆରମ୍ଭ କରିଛି। ଅତିରିକ୍ତ ପୁଲିସ୍ କମିସନର ରେଖା ଲୋହାନୀଙ୍କ ତତ୍ତ୍ବାବଧାନରେ ଏକ ଟାସ୍କଫୋର୍ସ ଦାଦା ଦମନ କାର୍ଯ୍ୟ କରିବ। କମିସନରେଟର କୁଇକ୍ ଆକ୍ସନ୍ ଟିମ୍ (QAT) ଏବଂ ପୁଲିସ୍ ଅଧିକାରୀମାନେ ଏହି ଟାସ୍କଫୋର୍ସକୁ ସାହାଯ୍ୟ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/extortion-1.jpg)