କଟକ : କଟକର ଲିଙ୍କରୋଡ୍ ନିକଟରୁ ୨ ଜଣ ନିଶା ବେପାରୀ ଧରା ପଡିଛନ୍ତି। ସେମାନଙ୍କ ନିକଟରୁ ଜବତ ହୋଇଛି ୬୦ ଗ୍ରାମର ହେରୋଇନ୍। ଜବତ ହେରୋଇନ୍ର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏହି ଦୁର୍ବୃତ୍ତଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଛନ୍ତି।
ଗିରଫ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିଆପଡାର ଲିଟୁ ଓରଫ ଭାଲୁ ବେହେରା ଏବଂ କୁନା ଓରଫ ପ୍ରମୋଦ କୁମାର ମହାନ୍ତି। ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧୭ଶହ ଟଙ୍କା ଜବତ କରାଯାଇଛି। ସେମାନେ ଜଳେଶ୍ୱରରୁ ଭୁବନେଶ୍ୱର ହେରୋଇନ୍ ଚାଲାଣ କରୁଥିଲେ। ଭାଲୁ ପୂର୍ବରୁ ଏହି କାରବାରେ ଧରା ପଡିଥିଲା। ଜାମିନରେ ଆସିବା ପରେ ବି ସେ ପୂର୍ବ ଭଳି କାରବାର ଚଳାଇଥିଲା।
ଅବକାରୀ କମିସନର ଦେବେନ୍ଦ୍ର ସେନାପତିଙ୍କ ଗୁଇନ୍ଦା ସୂଚନା ଭିତ୍ତିରେ କେନ୍ଦ୍ରାଞ୍ଚଳ ଡେପୁଟି କମିସନର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିଲା। ଗୁଇନ୍ଦା ବିଭାଗ ଅଧିକାରୀ ଅମରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ଇନ୍ସପେକ୍ଟର ବୈଜୟନ୍ତୀ ପଣ୍ଡା, ଜଗଦିଶ ଚନ୍ଦ୍ର ସାମଲ, ଏସ୍ଆଇ ଗାଲୁରାମ ସୋରେନ୍, ନିରଂଜନ ବେହେରା, କିଶୋର ଚନ୍ଦ୍ର ରାଉତ, ରାଜକିଶୋର ନାୟକ, ପୂର୍ଣ୍ଣଜିତ୍ ମହାପାତ୍ର, ରାମଚନ୍ଦ୍ର ଜେନା, ରାଜେଶ କିଶାନ, ଥବିର ପଟ୍ଟନାୟକ, ବସନ୍ତ ମଲ୍ଲିକ, ସାଲାଇ ହେମ୍ବ୍ରମ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/KPD-f.jpg)