ହାଇକୋର୍ଟ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରସଙ୍ଗ: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଲେ ଏନ୍‌ଏଚ୍‌ଆରସି

କଟକ: ଓଡ଼ିଶା ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ହସ୍ତକ୍ଷେପ କରିଛନ୍ତି। ଏନ୍‌ଏଚ୍‌ଆରସି ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ଏନ୍‌ଏଚ୍‌ଆରସି ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ଆଇଜନୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ପୁଲିସ ମାଡ଼ ମାରିବା ଅଭିଯୋଗରେ ହାଇକୋର୍ଟ ଓକିଲ ସଂଘ ଅଗଷ୍ଟ ୨୯ରୁ ଆନ୍ଦୋଳନ ଜାରି ରଖିଛି। ଏହି ଆନ୍ଦୋଳନ ବ୍ୟାପକ ହେବା ପରେ ସେପ୍ଟେମ୍ବର ୧୮ରେ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମଳନୀ ହୋଇଥଲା। ସମ୍ମିଳନୀରେ ରାଜ୍ୟର ୧୬୦ଟି ବାର ଆସୋସିଏସନର ପ୍ରତିନିଧି ଯୋଗଦେଇଥିଲେ। ନିଷ୍ପତ୍ତି ଥିଲା ଯେ, ଯେପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

 

ସମ୍ବନ୍ଧିତ ଖବର