ଦ୍ବିତୀୟ ଲହରର ଗୋଟିଏ ଦିନରେ ସର୍ବାଧିକ ୩୯୯୦ ସ୍ବାବ୍‌ ସଂଗ୍ରହ

ସୋମବାର ୫୯୩, ମଙ୍ଗଳବାର ୬୭୩ ସଂକ୍ରମିତ ଚିହ୍ନଟ; ସହର ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମିତ

କଟକ: କଟକରେ କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଉଥିବା ‌ତଥ୍ୟ କହୁଛି। ଗତକାଲିର ରିପୋର୍ଟ ଅନୁଯାୟୀ ୫୯୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ସହରରୁ ୨୧୮ଜଣ ଓ ଗ୍ରାମାଞ୍ଚଳରୁ ୩୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  କଟକରେ ୩୯୯୦ ଜଣଙ୍କ ଟେଷ୍ଟିଂ ହୋଇଛି ଯାହା ଚଳିତ ୨ୟ ଲହରର ସର୍ବାଧିକ ବୋଲି ଜଣାପଡ଼ିଛି।

ମଙ୍ଗଳବାର ଦିନ ପ୍ରକାଶ ପାଇବାକୁ ଥିବା ରିପୋର୍ଟ ଅନୁଯାୟୀ କଟକରେ ୬୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସହରର ୨୯୩ଜଣ  ସଂକ୍ରମିତଙ୍କ ମଧ୍ୟରେ ସିଡିଏର ବିଭିନ୍ନ ସେକ୍ଟରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବକ୍ସିବଜାର ଓ ବିଡ଼ାନାସୀରୁ ୧୪ ଜଣ ଲେଖାଏ, ଜଗତପୁରରୁ ୧୩, ମହାନଦୀବିହାର ଓ ଚାଉଳିଆଗଞ୍ଜରୁ ୧୧ ଜଣ ଲେଖ‌ା‌ଏ, ନୂଆବଜାରରୁ ୯ଜଣଙ୍କ ସମେତ ଇନ୍‌ଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍‌ରୁ ୪୦, ଗୃହ ସଙ୍ଗରୋଧରୁ ୯୬ ଓ ସ୍ଥାନୀୟ ସଂକ୍ରମଣରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କଟକ ଗ୍ରାମାଞ୍ଚଳରୁ ୩୬୫ ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ଼ରୁ ସର୍ବାଧିକ ୫୧, ନିଆଳିରୁ ୩୯, କଟକସଦରରୁ ୩୭, କଣ୍ଟାପଡ଼ାରୁ ୩୬, ନରସିଂହପୁର ଓ ବାରଙ୍ଗରୁ ୩୪ ଜଣ ଲେଖାଏ, ସାଲେପୁର ଓ ଟାଙ୍ଗୀରୁ ୨୪ ଜଣ ଲେଖାଏ, ମାହାଙ୍ଗାରୁ ୧୮, ବାଙ୍କୀରୁ ୧୫, ବଡମ୍ବାରୁ ୧୪, ତିଗିରିଆରୁ ୧୧, ଚୌଦ୍ବାରରୁ ୬, ଡମପଡ଼ାରୁ ୩ ଓ ଅନ୍ୟ ଜିଲ୍ଲାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ସୋମବାର ଦିନ ଆଣ୍ଟିଜେନ ପରୀକ୍ଷାରୁ ୪୦୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ଆଠଗଡ଼ରୁ ୩୭, ବାଙ୍କୀ ୧୮, ସାଲେପୁରରୁ ୧୦,  ଟାଙ୍ଗୀ ୩୧, ଡମପଡ଼ାରୁ ୫, ତିଗିରିଆରୁ ୨,  କଣ୍ଟାପଡ଼ାରୁ ୯, ମାହାଙ୍ଗାରୁ ୧୭, ବାରଙ୍ଗରୁ ୩୨, ବଡ଼ମ୍ବା ୧୦, ନରସିଂହପୁର ୩୨, ନିଶ୍ଚନ୍ତକୋଇଲି ୧୮, ସଦର ୩୮, ନିଆଳି ୧୦,  ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୧୧, ଚାଉଳିଆଗଞ୍ଜରୁ ୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଘରକୁ ଘର ସର୍ବେକ୍ଷଣରେ ତିଗିରିଆରୁ ୬, ସାଲେପୁରରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ସଂକ୍ରମିତ ସହରାଞ୍ଚଳର ବୋଲି ଜଣା ପଡିଛି।

ସମ୍ବନ୍ଧିତ ଖବର