କଟକ: ଆସନ୍ତା ୧୧ ତାରିଖରେ ବାରବାଟୀରେ ହେବାକୁ ଥିବା ହକି ବିଶ୍ବକପ ଉଦଘାଟନୀ କାର୍ଯ୍ୟକ୍ରମକୁ ଆକର୍ଷଣୀୟ ତଥା ସଫଳ କରିବାକୁ କଟକ ମହାନଗର ପୂଜା କମିଟି, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିକୁ ନେଇ ଓସିଏ ସମ୍ମିଳନୀ କକ୍ଷରେ ବସିଲା ବୈଠକ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଉଦଘାଟନୀ ଉତ୍ସବ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ୧୧ ତାରିଖରେ ବିଶ୍ବକପ ଟ୍ରଫିକୁ ଯେପରି କଟକରେ ଉଛ୍ବସିତ ସମ୍ବର୍ଦ୍ଧନା ଦିଆଯିବ ସେ ନେଇ ଆଲୋଚନା ହୋଇଥିଲା।
ଏହି ବୈଠକରେ ସବୁ ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା, ଓସିଏ ସଂପାଦକ ସଂଜୟ ବେହେରା, କଟକ ମହାନଗର ପୂଜା କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ବାଳ, ମେୟର ସୁବାସ ସିଂହ ଉପସ୍ଥିତ ରହିଥିଲେ। ହକି ବିଶ୍ବ କପର ଉଦଘାଟନୀ ଉତ୍ସବ ଯେପରି ବିଶ୍ଵସ୍ତରୀୟ ହେବ ସେଥି ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ନେଇ ବୈଠକରେ ଓସିଏ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି।