ଖୋଲିଛି ହୋଟେଲ୍,ଜମିନି ବେପାର : ସୁରକ୍ଷାକୁ ‌ଗୁରୁତ୍ବ, ଏବେ ଖର୍ଚ୍ଚ ଉଠିବା ବି କଷ୍ଟ

କଟକ: କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସହରରେ ସସମ୍ତ ହୋଟେଲେ ଓ ରେଷ୍ଟୁରାଣ୍ଟ ଗତ ମାସରୁ ଖୋଲିବାକୁ ସରାକରଙ୍କ ଅନୁମତି ମିଳିଛି। ହେଲେ ଏବେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। କରୋନା ଯୋଗୁଁ ପୂର୍ବ ପରି ଗ୍ରାହକ ଆସୁନଥିବାବେଳେ କ୍ଷତିର ସମ୍ମୁଖୀନ ହେଉଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ। ଯଦିଓ ହୋଟେଲରେ ଖାଇବା ଓ ରହିବା ବ୍ୟବସ୍ଥା ଆରମ୍ଭ କରି ଦିଆଯାଇଛି କିନ୍ତୁ ପୂର୍ବ ଭଳି ସହଜ ସ୍ବାଭାବିକ ଭାବେ ଗ୍ରାହକ ଆସୁ ନାହାନ୍ତି। ଏହା ବ୍ୟତୀତ ସୁରକ୍ଷା ଓ କଟକଣାକୁ ଦୃଷ୍ଟି ଦେଲା ବେଳକୁ ଖର୍ଚ୍ଚ ଉଠିବା ବି କଷ୍ଟ ହୋଇ ପଡୁଛି।

କୋଭିଡ଼ ଗାଇଡ଼ ଲାଇନ ନିୟମ ଅନୁଯାୟୀ ସମସ୍ତ ହୋଟେଲ ଓ ରେଷ୍ଟରାଣ୍ଟ ‌େଖାଲିଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ନିଜ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ଅନୁଯାୟୀ ଆପଣାଇଛନ୍ତି ନୂଆ ନିୟମ। ରେଷ୍ଟୁରାଣ୍ଟ ମାନଙ୍କରେ କେଉଁଠି ୪୦ ପ୍ରତିଶତ ଡ଼ାଇନିଂ ପାଇଁ ଟେବୁଲ ସୁବିଧା କରାଯାଇଛି ତ କେଉଁଠି ଖାଦ୍ୟ ଅର୍ଡର ଠାରୁ ଆରମ୍ଭ କରି ବିଲ ପେମେଣ୍ଟ ସୁବିଧା କରାଯାଇଛି ଡ଼ିଜିଟାଲ ଭାବେ। ଫଳରେ ସାମାଜିକ ଦୂରତା ଅବଲମ୍ବନ ହେବାସହ ସଂକ୍ରମିତ ହେବାର କୌଣସି ପ୍ରକାରର ଭୟ ହୋଟେଲ, ରେଷ୍ଟୁରାଣ୍ଟ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ରହିବ ନାହିଁ ବୋଲି ରେଷ୍ଟୁରାଣ୍ଟ ଓ ହୋଟେଲ ମାଲିକ ମା‌େନ ପ୍ରକାଶ କରିଛନ୍ତି।

Sambad

ସମସ୍ତ ବ୍ୟବସ୍ଥାକୁ ଡିଜିଟାଲ କରାଯାଇଛି
ଲକ୍‌ଡ଼ାଉନ ସମୟରେ ହୋଟେଲ ବନ୍ଦ କରାଯାଇଥିଲା। ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଗ୍ରାହକଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏବେ ହୋଟେଲ ଓ ରେଷ୍ଟୁରାଣ୍ଟ ଉଭୟ ଖୋଲିବା ଅନୁମତି ମିଳିବା ପରେ ସମ୍ପୂର୍ଣ୍ଣ ହୋଟେଲଟିକୁ ପ୍ରଥମେ ସାନିଟାଇଜ କରାଯାଇଥିଲା। ‌ଗ୍ରାହକ ହୋଟେଲରେ ଚେକ୍‌ ଇନ୍‌ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଇ ସାନିଟାଇଜ କରାଯିବା ପରେ ଗ୍ରାହକଙ୍କର ସସମ୍ତ ତଥ୍ୟ ରଖାଯାଇ ହେ‌ାଟେଲକୁ ପ୍ରବେଶ କରାଯାଇଥାଏ। ରୁମ୍‌ ପ୍ରବେଶ ପୂର୍ବରୁ ସବୁ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଫଳରେ ପରେ ଯେପରି ହୋଟେଲର କୌଣସି କର୍ମଚାରୀ ରୁମ୍‌କୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନାହିଁ। ଗ୍ରାହକ ରୁମ୍‌ ଛାଡ଼ିବା ସଙ୍ଗେ ସଙ୍ଗେ ରୁମ୍‌କୁ ସାନିଟାଇଜ କରାଯାଇ ୩୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ। ସେହିଭଳି ରେ‌ଷ୍ଟୁରାଣ୍ଟରେ ୭୭ ଟେବୁଲ ବଦଳରେ ଏବେ ୨୬ ଟି ଟେବୁଲ ଡ଼ାଇନିଂ ପାଇଁ ରଖାଯାଇଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ। ଯେଉଁ ‌‌‌େପ୍ଲଟ୍‌ ଥରେ ବ୍ୟବହାର କରାଯାଇ ଖାଦ୍ୟ ଦିଆଯାଇଥାଏ। ସେହି ‌େପ୍ଲଟ୍‌ଟିକୁ ୪୮ ଘଣ୍ଟା ଯାଏ ପୁନଃ ବ୍ୟବହାର କରାଯାଇ ନଥାଏ। ସାମଜିକ ଦୂରତା ଓ ସଂକ୍ରମଣକୁ ନଜରରେ ରଖି ସମସ୍ତ ଖାଦ୍ୟ ଅର୍ଡର ଓ ବିଲ୍‌ ପେମେଣ୍ଟ ବ୍ୟବସ୍ଥାକୁ ‌ହେ‌ାଟେଲ ପକ୍ଷରୁ ଡିଜିଟାଲ ବ୍ୟବସ୍ଥା କରାଯାଇଛି।

-ରିତେଶ କୁମାର ନାୟକ, ମ୍ୟାନେଜର, ଗ୍ରାଣ୍ତ ରେସିଡେନ୍ସି

Sambad

ରୁମ ପ୍ରତ୍ୟେକ ଘଣ୍ଟାରେ ସାନିଟାଇଜ କରାଯାଉଛି
ଲକ୍‌ଡ଼ାଉନ ଓ ସଟ୍‌ଡ଼ାଉନ ସମୟରେ ହୋଟେଲ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ସରକାରଙ୍କ ଅନୁମତି ଓ ନିୟମ ଅନୁଯାୟୀ ହୋଟେଲ ଖୋଲିଛି। ବହୁ କମ୍‌ ମାତ୍ରାରେ କର୍ମଚାରୀଙ୍କୁ ନେଇ ‌କାମ ହେଉଛି। ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲ ବୁକିଂ ଅଫ୍‌ଲାଇନ କରି ଦିଆଯାଇଛି। ଗ୍ରାହକଙ୍କୁ ହୋଟେଲ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ କରାଯାଇଥାଏ। ଏହାସହ ସସମ୍ତ ତଥ୍ୟ ମଧ୍ୟ ସଂଗ୍ରହ ରଖାଯାଇଥାଏ। ରୁମ୍‌ରେ ଚେକ୍ ଇନ୍‌ ପୂର୍ବରୁ ହିଁ ଗ୍ରାହକଙ୍କୁ ତିନି ଦିନ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଏହାସହ ଖାଦ୍ୟ ଅର୍ଡ଼ର କରିବା ମାତ୍ରେ ରୁମ୍‌ ବାହାରେ ଏକ ଟେବୁଲ ରଖାଯାଇ ଏହାକୁ ସାନିଟାଇଜ କରାଯାଇ ଖାଦ୍ୟ ଦିଆଯାଇଥାଏ। ସେହିଭଳି ରେଷ୍ଟୁରାଣ୍ଟରେ ମଧ୍ୟ ପ୍ରତ୍ୟେକ ଘଣ୍ଟାରେ ସାନିଟାଇଜ କରାଯାଇଥାଏ। ଫ୍ରିଜର ଖାଦ୍ୟ ଦେବା ବାରଣ କରାଯାଇଛି। ଏହାସହ ଡ଼ିଜିଟାଲ ମାଧ୍ୟରେ ପେମେଣ୍ଟ ସୁବିଧା କରାଯାଇଛି।

-ଉମାକାନ୍ତ ପରିଡ଼ା, ମ୍ୟାନେଜର, ଶିତଲ ହୋଟେଲ

ଗ୍ରାହକଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦିଆଯାଉଛି
ପରିସ୍ଥିତିକୁ ନଜରରେ ରଖି ହୋ‌ଟେଲ ଖୋଲିବା ପୂର୍ବରୁ ସମସ୍ତ ଜାଗା ସାନିଟାଇଜ କରାଯାଇଥିଲା। ହୋଟେଲରେ ଡ଼ାଇନିଂ ଟେବୁଲ ପରିମାଣକୁ ମଧ୍ୟ କମ୍‌ କରି ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ କମ୍‌ କର୍ମଚାରୀ ନିୟନ୍ତ୍ରିତ କରାଯାଇଛି। ଗ୍ରାହକଙ୍କୁ ରୁମ୍‌ ଚେକ୍‌ ଇନ୍‌ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଇ ସାନିଟାଇଜ କରାଯାଇଥାଏ। ଗ୍ରାହକ ରୁମ୍‌ରେ ମାତ୍ର ୭୨ ଘଣ୍ଟା ରହିପାରିବେ। ସେହିଭଳି କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବ୍ସ ସେମାନଙ୍କୁ ନିୟମିତ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଯାହା ଦ୍ବାରା ଗ୍ରାହକ ନିଜକୁ ସୁରକ୍ଷିତ ମନେ କରିପାରିବେ।

-ଅଭୟ କୁମାର ପରିଡ଼ା, ମାଲିକ, ହୋଟେଲ ବିଏନ୍‌ସନ୍‌ ବ୍ଲୁ

Sambad

ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି
ରେଷ୍ଟୁରାଣ୍ଟରେ ଡ଼ାଇନିଂ ପାଇଁ ଏବେ ଅନୁମତି ମିଳିଛି ସତ ହେଲେ ପୂର୍ବରୁ ଅନ୍‌ଲାଇନ୍‌ ଯୋଗେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚା ଯାଉଥିଲା। ରେଷ୍ଟୁରାଣ୍ଟ ଖୋଲିବା ପୂର୍ବରୁ ପ୍ରଥମ‌େ ଭଲ ଭାବେ ସାନିଟାଇଜ କରାଯାଇଥିଲା। ଗ୍ରାହକଙ୍କ ସୁରକ୍ଷା ଓ ସାମାଜିକ ଦୂରତାକୁ ନଜରରେ ରଖି ଡ଼ାଇନିଂ ଟେବୁଲ ପରିମାଣ କମ୍‌ କରାଯାଇଛି। ଏହାସହ ଗ୍ରାହକଙ୍କୁ ପ୍ରଥମରୁ ବୁକିଙ୍ଗ ପାଇଁ କୁହାଯାଉଛି। ଗ୍ରାହକ ନିଜ ସହ ମାସ୍କ ଓ ସାନିଟାଇଜର ଆଣିବା ଓ ରେଷ୍ଟରାଣ୍ଟରେ ଥିବା ସାନିଟାଇଜର ବ୍ୟବହାର କରିବା ବାଧ୍ୟତା ମୂଳକ କରାଯାଇଛି। ଏହାସହ ସ୍କ୍ରିନିଂ ବେଳେ ଯେଉଁ ଗ୍ରାହକଙ୍କ ତାପମାତ୍ର ଅଧିକ ଆସୁଛି ସେମାନଙ୍କୁ ପ୍ରବେଶ ପାଇଁ ବାରଣ କରାଯାଉଛି। ଫଳରେ ଅନ୍ୟ ଗ୍ରାହକ ସୁରକ୍ଷିତ ରହିବେ।

-ସୌମିତ୍‌ କୁମାର ସାହୁ, ମାଲିକ, ବ୍ଲାଷ୍ଟ

ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି
ପୂର୍ବରୁ ଯେପରି ଭାବେ ଖାଦ୍ୟ ଅନ୍‌ଲାଇନ୍‌ ଡ଼େଲିଭରି କରାଯାଉଥିଲା। ଏବେ ସେହିପରି କଡ଼ାକଡ଼ି ଭାବେ ଗ୍ରାହକଙ୍କୁ ରେଷ୍ଟୁରାଣ୍ଟରେ ଖାଦ୍ୟ ଦିଆଯାଉଛି। ଗ୍ରାହକ ରେଷ୍ଟୁରାଣ୍ଟ ପ୍ରବେଶ ମାତ୍ରେ ହିଁ ସ୍କ୍ରିନିଂ କରାଯାଇ ସାନିଟାଇ କରାଯାଇଥାଏ। ଟେବୁଲ ମାତ୍ର କମ କରାଯାଇଛି। ଯାହା ଫଳରେ ସାମାଜିକ ଦୂରତା ବଜାୟ ରହିବ। ସେହିଭଳି ଗ୍ରାକଙ୍କୁ ସ୍ବାସ୍ଥ୍ୟକର ଓ ଗରମ ଖାଦ୍ୟ ଯୋଗାଇ ଦିଆଯିବା ସହ ଡ଼ିଜିଟାଲ ଭାବେ ପେମେଣ୍ଟର ସୁବିଧା କରାଯାଇଛି।

-ସୌମ୍ୟ ରଞ୍ଜନ ନାୟକ, ମାଲିକ, ହାଇପର୍‌ ରେଷ୍ଟୁରାଣ୍ଟ

ସମ୍ବନ୍ଧିତ ଖବର