କଟକ: ମେହେନ୍ଦିପୁର ଅଞ୍ଚଳରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଘର କାନ୍ଥ ଭୁଶୁଡ଼ିପଡ଼ିଛି। ବାତ୍ୟା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ବର୍ଷା ହେବାରୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଯେଉଁ ଘରର କାନ୍ଥ ଭୁଶୁଡ଼ିଥିଲା ସେଠି ୪ ଜଣ ପରିବାର ସଦସ୍ୟ ଥିଲେ।
କିନ୍ତୁ ସୌଭାଗ୍ୟ ବଶତଃ କେହି ଆହତ ହୋଇନାହାନ୍ତି। କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘରର ଆସବାପତ୍ର ଭାଙ୍ଗିରୁଜି ଯାଇଥିବା କୁହାଯାଉଛି। ଘର ମାଲିକ ଅଶୋକ ଦାସଙ୍କ କହିବା ଅନୁଯାୟୀ, ପରିବାର ସଦସ୍ୟଙ୍କ କୌଣଣି କ୍ଷତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/IMG-20210525-WA0102.jpg)