ଅନୁଭବ ଓ ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ : ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହାନ୍ତି ବୋଲି କହିଲେ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ବିବାଦ କ୍ରମଶଃ ଅଧିକ ବିବାଦୀୟ ହୋଇପଡ଼ୁଛି। ଉଭୟ ପରସ୍ପରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ବେଳେ ଆଜି ଉଭୟଙ୍କୁ ଭେଟିଛନ୍ତି କିଛି ମାନବିକ ଅଧିକାର କର୍ମୀ। ଆଜି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଗୀତାଶ୍ରୀ ଦାସଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧି ଦଳ ଅନୁଭବ ମହାନ୍ତିଙ୍କ କଟକ ବାସଭବନକୁ ଯାଇ ଦମ୍ପତ୍ତିଙ୍କୁ ଭେଟି ଆଲୋଚନା କରିଛନ୍ତି।

ଅନୁଭବ ଓ ବର୍ଷାଙ୍କୁ ଭେଟିବା ପରେ ଅଧ୍ୟକ୍ଷା ଶ୍ରୀମତୀ ଦାସ କରିଛନ୍ତି, ଜଣେ ନାରୀର ଘର କଥା ଘରେ ରହିବା ଦରକାର। ତାହା ଏମିତି ପ୍ରଚାରିତ ହେବା ଉଚିତ ନୁହେଁ। ଆମେ କେବଳ ବର୍ଷା ନୁହେଁ, ସମଗ୍ର ନରୀଜାତିର ସମ୍ମାନ ରକ୍ଷା ଲାଗି ଉଦ୍ୟମ କରୁଛୁ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ  ଭିତରେ ଆଜି ଉଭୟଙ୍କୁ ଭେଟି ପୃଥକ ପୃଥକ  ଆଲୋଚନା କରିଛନ୍ତି ମାନବାଧିକାର କର୍ମୀ। ସେମାନଙ୍କ ସୂଚନା ଅନୁସାରେ,  ଅନୁଭବଙ୍କ ବ୍ୟତୀତ ଶାଶୁ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି ବୋଲି ବର୍ଷା ସ୍ପଷ୍ଟ କରିଛନ୍ତି। କେବଳ ଅନୁଭବ ତାଙ୍କୁ ଅନେକ ସମୟରେ ମଦ୍ୟପାନ କରି ଖରାପ ଭାଷାରେ ଗାଲି ଗୁଳଜ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ଷା । ତେବେ ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହୁଁଥିବା ମାନବାଧିକାର କର୍ମୀଙ୍କ ଆଗରେ ବର୍ଷା କହିଥିବା ସୂଚନା ମିଳିଛି ।

ତେବେ ମାନାବାଧିକାର କର୍ମୀଙ୍କୁ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରି ନ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର