ଫୁଲନଖରା : କଟକ ସଦର ଥାନା ଅନ୍ତର୍ଗତ ବାମ୍ବିଲୋ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ରକ୍ତରେ ହୋଲି ଖେଳିଛି ସ୍ୱାମୀ। ଭୁଜାଲିରେ ସ୍ତ୍ରୀର ପେଟକୁ ଆକ୍ରମଣ କରି ଅତି ବିଭତ୍ସ ଭାବେ ହତ୍ୟା କରିଛି। ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ସ୍ତ୍ରୀ ଝୁନା ଦାସ(୩୩)। ଗତକାଲି ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଲୋମହର୍ଷଣକର ଘଟଣା ଘଟିଛି। ଖବର ପାଇ ପୁଲିସ ସ୍ୱାମୀ ପ୍ରଦୀପ ଦାସ(୪୦)କୁ ଗିରଫ କରିବା ସହିତ ରକ୍ତଭିଜା ଭୁଜାଲି ଜବତ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି।
ବାମ୍ବିଲୋ ଗ୍ରାମରେ ଚାଞ୍ଚଲ୍ୟ : ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ୱାମୀ
/sambad/media/post_attachments/wp-content/uploads/2020/11/murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)