କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାରେ ତଳ ତେଲେଙ୍ଗା ବଜାର ଓ ବାମ୍ଫି ସାହି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେଲେଙ୍ଗା ବଜାରର ଯୁବକମାନଙ୍କ ଢେଲା ପଥର ମାଡ଼ରେ ବାମ୍ଫି ସାହି ପୂଜା କମିଟିର ସଭାପତି ଓ ଅନେକ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୁତୟନ ଥିବା ପୁଲିସର ହସ୍ତକ୍ଷେପ ଯୋଗୁଁ ମାମଲା ଶାନ୍ତ ପଡ଼ିଥିବା ବେଳେ, ବାମ୍ଫି ସାହି ପୂଜା କମିଟି ଓ ପୁଲସି ପ୍ରଶାସନ ମଧ୍ୟରେ ବୈଠକ ଜାରି ରହିଛି। ବୈଠକର ନିଷ୍ପତ୍ତି ପରେ ଭସାଣି କାର୍ଯ୍ୟ ଆଗକୁ ଜାରି ରହିବ। ବୈଠକରେ ଡିସିପି, ଏସିପି, ସିଆରପିଏଫ ଯବାନ ଓ ରାଜ୍ୟ ପୁଲିସ କର୍ମଚାରୀ ଅଛନ୍ତି।
/sambad/media/post_attachments/wp-content/uploads/2017/10/ctc3-300x169.jpg)
ସୂଚନାଯୋଗ୍ୟ, କଟକର ଦେବୀଗଡ଼ା ଘାଟରେ ସନ୍ଧ୍ୟାରେ ଅନେକଗୁଡ଼ିଏ ମୂର୍ତ୍ତି ପହଞ୍ଚି ସାରିଛି। ଆହୁରି କିଛି ମୂର୍ତ୍ତି ଭସାଣ ପାଇଁ ଏଠାକୁ ଆସୁଛି। ଏହାରି ଭିତରେ ସନ୍ଧ୍ୟା ୫ଟାରେ ମୁସଳଧାରାରେ ବର୍ଷା ହେବାରୁ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ସ୍ଥାନର ଅଭାବ ଯୋଗୁଁ ଦର୍ଶକଙ୍କୁ ଭାରି ହଟହଟା ହେବାକୁ ପଡ଼ିଛି। ଦଶହରା ଅବସରରେ ଶନିବାର କଟକରେ ବଙ୍ଗାଳୀ ସମାଜ ଦ୍ୱାରା ଅନୁଷ୍ଠିତ ମା’ ଦୁର୍ଗାଙ୍କ ୮ଟି ମୂର୍ତ୍ତିକୁ ବିଦାୟ ଦିଆଯାଇଛି। ବଙ୍ଗାଳୀ ସମାଜ ଦ୍ୱାରା ଭବ୍ୟ ଶୋଭାଯାତ୍ରାରେ ମା’ଙ୍କୁ ନିଆଯାଇ ଦେବୀଗଡ଼ା ଘାଟରେ ବିସର୍ଜନ କରାଯାଇଥିଲା।
ଭାଇ ଚାରାର ସହର କଟକରେ ଆଜି ସକାଳୁ ଅନେକ ଗୁଡ଼ିଏ ପୂଜା କମିଟି ଦ୍ୱାରା ସାହିମାନଙ୍କରେ ମା’ଙ୍କୁ ପରିକ୍ରମା କରାଇ ଦେବୀ ଗଡ଼ାକୁ ନିଆଯାଉଛି। ବ୍ୟସ୍ତବହୁଳ ରାସ୍ତାମାନଙ୍କରେ ଦର୍ଶକଙ୍କ ଭିଡ଼ ରହୁଥିବାରୁ ମା’ଙ୍କ ବସିର୍ଜନ ସୋମବାର ୧୧ଟା ପର୍ଯ୍ୟନ୍ତ ଶେଷ ହେବ ବୋଲି ଅନୁମାନ କରାଯାଉଛି। ପୂଜା କମିଟିର ସଦସ୍ୟ, ଭକ୍ତ, ଶ୍ରଦ୍ଧାଳୁଙ୍କ ଗହଳିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମା’ଙ୍କୁ ବିଦାୟ ଦିଆଯାଉଛି।
ଭସାଣି ଉତ୍ସବକୁ ଦୃଷ୍ଟିରେ ରଖି କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାଗ ଦେଇ ଅଧିକ ମେଢ଼ କଟକ ଦେବୀଗଡ଼ା ଘାଟରେ ପହଞ୍ଚିବେ। ୨୦ ଏଏସଆଇ ଓ ଏସ୍ଆଇ, ୮ପ୍ଲାଟୁନ ପୁଲିସ ଓ ୭୦ କନଷ୍ଟେବଲ ମୁତୟନ ରହିଛନ୍ତି। ଶିଖରପୁର, କଲେଜ ଛକ, ରାଣୀହାଟ, ବକ୍ସିବଜାର ଦେଇ ଗୋଟିଏ ରୁଟ ତିଆରି ହୋଇଥିବା ବେଳେ ଚାନ୍ଦିନୀଚୌକ, ଗୌରୀଶଙ୍କର ପାର୍କ ଦେଇ ଆଉ ଗୋଟିଏ ରୁଟ ତିଆରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ctc2.jpg)