କଟକ: ନୟାସଡ଼କ ଆଇଆଇଏଫ୍ଏଲ୍ କେଳେଙ୍କାରୀ ମାମଲାରେ ଲାଲବାଗ ଥାନା ପୁଲିସ ପୁଣି ଦୁଇ ଭୂତ ଆକାଉଣ୍ଟଧାରୀଙ୍କୁ ଗିରଫ କରିଛି। କଟକ ସଦର ଥାନା ତେଲେଙ୍ଗାବଜାର ଅଞ୍ଚଳର ଦେବାଶିଷ ହାଜରା(୩୪) ଏବ˚ ମଙ୍ଗଳାବାଗ ଥାନା ରାଣୀହାଟର ନୀଳମଣି ସାହା(୪୦)କୁ ଗିରଫ କରିଛି। ଦେବାଶିଷ ମୋହରିଅର୍ ଭାବେ କାର୍ଯ୍ୟ କରୁଥିବାବେଳେ ନୀଳମଣି ହେଉଛି ମଙ୍ଗଳାବାଗ ରେଣୁକା ଜୁଏଲାରିର ସରୋଜ କୁମାର ପୃଷ୍ଟିର ଅନ୍ୟତମ ସହଯୋଗୀ।
Sambadଆଜି ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ ହିରୋ ହୋଣ୍ତା ସିବିଜେଡ୍(ଓଡି-୦୫ଏଟି-୦୭୬୨) ଗାଡ଼ି ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଇଆଇଏଫ୍ଏଲ୍ କେଳେଙ୍କାରୀରେ ଲାଲା ଅମୃତ ସାଗରରାୟ ଭୂତ ଆକାଉଣ୍ଟରେ ସୁନା ବନ୍ଧକ ରଖିଥିବା ଘଟଣା ଏବେ କ୍ରମାଗତ ଭାବେ ସାମନାକୁ ଆସିଛି।
Sambadଆଜି ଦେବାଶିଷ ଓ ନୀଳମଣି ନାମଧାରୀ ଦୁଇ ଭୂତ ଆକାଉଣ୍ଟଧାରୀଙ୍କ ନିକଟରୁ ଯେଉଁ ବାଇକ୍ ଜବତ ହୋଇଛି ଏହି ବାଇକ୍ ଲାଲା ସେମାନଙ୍କୁ ଉପହାର ସ୍ବରୂପ ଦେଇଥିଲା। ଏମାନଙ୍କ ନାଁରେ ସୁନା ବନ୍ଧକ ରଖାଯାଉଥିବାରୁ ଲାଲା ସେମାନଙ୍କୁ ବାଇକ୍ ଦେଇଥିଲା। ଏହି ବାଇକ୍ ଉଭୟ ବ୍ୟବହାର କରୁଥିଲେ। ପୂର୍ବରୁ ମୋଟ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ତିନି ଭୂତ ଆକାଉଣ୍ଟଧାରୀ ମଙ୍ଗଳାବାଗ ରେଣୁକା ଜୁଏଲାରିର ସରୋଜ କୁମାର ପୃଷ୍ଟି, ପୁରୀଘାଟ ଥାନା ଯଶୋଦା ଜୁଏଲାରିର ଲଳିତ କୁମାର ସୋନି ଏବ˚ ନୟାସଡ଼କ ଆଇଆଇଏଫ୍ଏଲ୍ର ପୂର୍ବତନ ସୁରକ୍ଷାକର୍ମୀ ଯାଜପୁର ଜେନାପୁରର ହରମୋହନ ଦାସକୁ ଲାଲବାଗ ଥାନା ପୁଲିସ ଗିରଫ କରିଥିଲା। ପୂର୍ବର ପୁଲିସ ୧୦ କେଜି ଓଜନର ସୁନା ଜବତ କରିଥିବାବେଳେ ଆଜି ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/iifl-gold-loan-niali-cuttack-loan-against-gold-0vf9qjy6f8.jpg)