କଟକ: ନୟାସଡକ ଅର୍ଥଲଗାଣକାରୀ ସ˚ସ୍ଥା ଆଇଆଇଏଫଏଲ ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ସାଗର ରାୟଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଣି ଅଭିଯୋଗ ହୋଇଛି। ସୋମବାର ଅଭିଯୁକ୍ତଙ୍କ ବିରୋଧରେ ଆଉ ୪ଟି ମାମଲା ରୁଜୁ କରିଛି। ମୁଖ୍ୟ ଅଭିଯୁକ୍ତ ଲାଲା ବିରୋଧରେ ୨ ଜଣ ଲାଲବାଗ ଥାନାରେ ଅଭିଯୋଗ କରିଥିଲା ବେଳେ, ମାନାପୁରମ ଗୋଲ୍ଡ ଲୋନ ସ˚ସ୍ଥାର ଆଞ୍ଚଳିକ ମୁଖ୍ୟ ମଙ୍ଗଳାବାଗ ଓ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।
ଗଲା ନଭେମ୍ବର ୧୯ ତାରିଖରେ ଆଇଆଇଏଫଏଲରେ ୪ ଜଣ ଅଭିଯୁକ୍ତ ପଶି ପ୍ରାୟ ପାଖାପାଖି ୩୦କିଲୋ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ତଦନ୍ତ ବେଳେ ତାହା ଡକାୟତି ନୁହ˚ ବର ଏକ ବଡ ଧରଣଣ ଜାଲିଆତି ବୋଲି ଧରାପଡିଥିଲା। ସ˚ସ୍ଥାର ମ୍ୟାନେଜର ଲାଲା ଅମୃତ ସାଗର ରାୟ ଏହି ସବୁ କାରସାଦିର ମୁଖ୍ୟ କାର୍ପଟଦାର ଥିଲା।

Advertisment

ଏହି ଘଟଣାରେ ସ˚ପୃକ୍ତ ଲାଲା ସାଗର ସମେତ ଅନ୍ୟ ୧୩ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ୩ କିଲୋ ଏବ˚ ବଜ୍ରକବାଟୀ ରୋଡ ସ୍ଥିତ ମାନାପୁରମ ଗୋଲ୍ଡ ଲୋନ ସ˚ସ୍ଥାରୁ ପ୍ରାୟ ୭ କିଲୋ ସୁନା ଜବତ ହୋଇଥିଲା। ଏହାବାଦ ପର୍ଯ୍ୟାୟକ୍ରମେ ପ୍ରାୟ ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣି ଅଧିକ ପଚରାଉଚରା କରାଯାଇଥିଲା। ମିଥ୍ୟା ପ୍ରମାଣପତ୍ର ଜରିଆରେ ଲାଲା ଓ ତା’ ସହଯୋଗୀମାନେ ଆଇଆଇଏଫଲ ସ˚ସ୍ଥାରୁ ସୁନା କାଢି ମାନାପୁରମ ଗୋଲ୍ଡ ଲୋନ୍‌ରେ ବନ୍ଧକ ରଖି କୋଟି କୋଟି ଟଙ୍କା ଋଣ ଉଠାଇଥିଲେ। ତଦନ୍ତ ସମୟରେ ଏହା ଜଣାପଡିବା ପରେ ପୁଲିସ ସେଠାରୁ ବନ୍ଧକ ସୁନା ଜବତ କରିଥିଲା। ଏଭଳି ସ୍ଥିତିରେ ମାନାପୁରମ୍‌ ତରଫରୁ ଅଭିଯୁକ୍ତଙ୍କ ବିରୋଧରେ ପୁର୍ନବାର ଥାନାରେ ଏତଲା ଦିଆଯାଇଛି। ଏହି ଠକେଇ ଯୋଗୁଁ ସ˚ସ୍ଥା କୋଟି କୋଟି ଟଙ୍କାର କ୍ଷତି ସହିଥିବା ନେଇ ମଙ୍ଗଳାବାଗ ଥାନରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ସେହିପରି ଚୌଧୁରୀବଜାର ଶାଖା ପକ୍ଷରୁ ହରମୋହନ ଦାସ, ମିନା ବେହେରା ଓ ବସନ୍ତ ବେହେରା ବିରୋଧରେ ପୁରୀଘାଟ ଥାନାରେ ଏତଲା ଦାୟର ହୋଇଛି।

ସେହିପରି ଅଭିଯୁକ୍ତ ହରମୋହନ, ଲାଲା, ନିଳିମା ଓ ପିତାମ୍ବର ଯୋବ୍ରା ପାରେଶ୍ବର ସାହିର ଲିପୁନ ବେହେରା ଓ ସୁମନ ମଣ୍ତଳଙ୍କ ପରିଚୟପତ୍ର ନେଇ ଜାଲ ଆକାଉଣ୍ଟ ଖୋଲି ବହୁ ପରିମାଣର ଋଣ ଉଠାଇ ନେଇଛନ୍ତି। ଏ ବିଷୟ ଜଣାପଡିବା ପରେ ଲିପୁନ ଲାଲବାଗ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେହିପରି ପିଠାପୁରର ଆଲୋକ ସାହୁଙ୍କର ଆଇଆଇଏଫଏଲରେ ୩ଟି ସୁନା ଋଣ ଆକାଉଣ୍ଟ ରହିଥିଲା। ସେ ସୁଧ ଓ ମୂଳ ଟଙ୍କା ପୈଠ କରି ତାଙ୍କ ସୁନା ମୁକୁଳାଇ ନେଇଥିଲା ବେଳେ ଅଭିଯୁକ୍ତ ଲାଲା, ନିଳିମା ଓ ସତ୍ୟମ ସ˚ସ୍ଥା ଖାତାରେ କେବଳ ସୁଧ ପୈଠ କରି ତାଙ୍କ ଋଣ ଆକାଉଣ୍ଟ ଚାଲୁ ରଖିଥିଲେ। ତେଣୁ ଆଲୋକ ଏନେଇ ଲାଲବାଗ ଥାନାରେ ଏତଲା ଦାୟର କରିଛନ୍ତି।