ଆଇଆଇଏଫଏଲ୍‌ ଲୁଟ୍‌ ଓ ଜାଲିଆତି ଘଟଣା: ଶାଖା ପ୍ରବନ୍ଧକ ସତ୍ୟମ ପ୍ରଧାନ ଗିରଫ

କଟକ: ନୟାସଡକ ଆଇଆଇଏଫଏଲ ଲୁଟ୍‌ ଓ ଜାଲିଆତି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ। ଅଭିଯୁକ୍ତ ଜଣକ ହେଲା ସେହି ଶାଖାରେ ପ୍ରବନ୍ଧକ ଭାବେ କାମ କରୁଥିବା ସତ୍ୟମ ପ୍ରଧାନ। ଏହି ଘଟଣାରେ ପୁଲିସ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ସାଗର ରାୟ ସମେତ ଅନ୍ୟ ୧୩ ଜଣଙ୍କୁ ଗିରଫ କରିସାରିଛି। ଆଲୋକ ସାହୁ ନାମକ ବ୍ୟକ୍ତି ଦେଢ ବର୍ଷ ମଧ୍ୟରେ ସେହି ଶାଖାରେ ପ୍ରାୟ ୬ ଥର ସୁନା ବନ୍ଧକ ରଖି ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ଆଲୋକ ତାଙ୍କର ସମସ୍ତ ଋଣ ଓ ସୁଧ ବାବଦ ଟଙ୍କା ପରିଶୋଧ କରି ନିଜ ସୁନା ଫେରସ୍ତ ମଧ୍ୟ ନେଇଯାଇଥିଲେ। ମାତ୍ର ଗିରଫ ଅଭିଯୁକ୍ତମାନେ ଆଲୋକ ଦେଇଥିବା ଋଣ ଟଙ୍କାକୁ ସଂସ୍ଥା ଆକାଉଣ୍ଟରେ ଦାଖଲ ନକରି ନିଜେ ହଡପ କରିଦେଇଥିଲେ।

ଅନ୍ୟପଟେ ସେମାନେ ଆଲୋକଙ୍କର ସୁନା ଋଣ ଖାତାକୁ ମଧ୍ୟ ବନ୍ଦ କରିନଥିଲେ। ଫଳରେ ଋଣ ଟଙ୍କା ସୁଝିବା ଲାଗି ଆଲୋକଙ୍କ ପାଖକୁ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରୁ ବାରମ୍ବାର ଫୋନ କଲ ଓ ମେସେଜ ଆସିଥିଲା। ଏହା ମଧ୍ୟରେ ଆଇଆଇଏଫଏଲ ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏହାପରେ ଆଲୋକ ଲାଲବାଗ ଥାନାକୁ ଆସି ଘଟଣା ସଂକ୍ରାନ୍ତରେ ଏତଲା ଦେଇଥିଲେ। ଅଭିଯୋଗକ୍ରମେ ପୁଲିସ ଶାଖା ପରିଚାଳକ ସତ୍ୟମଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ମାତ୍ର ସେ କୌଣସି ଠିକ ଜବାବ ଦେଇପାରିନଥିଲେ କି ମାମଲା ସଂପର୍କିତ ଉଚିତ୍‌ କାଗଜପତ୍ର ଦେଖାଇପାରିନଥିଲେ। ଅଧିକ ପଚରାଉଚରା କରାଯିବାରୁ ସେ ଏହି ଜାଲିଆତରେ ସଂପୃକ୍ତ ଥିବା ସତ୍ୟମ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର