ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

କଟକ: ସିଲଭରସିଟିରେ ପୁଣି ନକଲି ସମଗ୍ରୀ ଠାବ।  କଟକର ମାଲଗୋଦାମ ଅଞ୍ଚଳରୁ ଜବତ ୭ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟୁକା। ଏହାସହ ୧୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଅବକାରୀ ଗଞ୍ଜେଇ ସାମଗ୍ରୀ ମଧ୍ୟ ଜବତ କରିଛି କମିସନରେଟ ପୁଲିସ ଓ ସିଏମସି ଇନ୍ଫୋର୍ସମେଣ୍ଟ ଟିମ। ସମୁଦାୟ ୩ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛି। ତେବେ ଏହାସହ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୁଲିସ।

Sambad

ତେବେ ପୂର୍ବରୁ କମିସନରେଟ ପୁଲିସର ନକଲି ଅଭିଯାନ ଅନେକ ନକଲି କାରଖାନା ଓ ଗୋଦାମକୁ ରେଡ଼ କରି ସାରିଛି ପୁଲିସ। ତେବେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୋନ ୧ ଏସିପି। ଉକ୍ତ ଚଢ଼ାରେ ‌ଜୋନ ୧ ଏସ୍‌ସିପି ଅମରେନ୍ଦ୍ର ପଣ୍ତା, ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧିତ ଖବର