ମା’ଙ୍କୁ ମେଲାଣି..ଦଶହରା ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ସଂଧ୍ୟାସୁଦ୍ଧା ଭସାଣି ଶେଷ; ୧୪ଟି ଅସ୍ଥାୟୀ ପୋଖରୀରେ ବିସର୍ଜନ

କଟକ: କଟକ ଇତିହାସରେ କରୋନା ପ୍ରଭାବିତ ଦଶହରା ଆଉ ଭସାଣି ଉତ୍ସବ ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହେଇଯାଇଛି। ମଣ୍ଡପରରେ ପରଦା ଟାଣି ପୂଜା ସହିତ ୯ଟି ମଣ୍ଡପକୁ ବାଦ ଦେଲେ ସବୁ ‌ମଣ୍ଡପରେ ବିନା ଆଡମ୍ବରରେ ୪ଫୁଟର ମୂର୍ତ୍ତି ପୂଜା ଏକ ନୂଆ ପରଂପରା ସୃଷ୍ଟି କରିଥିବା ବେଳେ ଆଜିର ଭସାଣି ଉତ୍ସବ ବି ସଂପୂର୍ଣ୍ଣ ନୂଆ ବ୍ୟବସ୍ଥାରେ ସଂପନ୍ନ ହୋଇଛି। କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଗତ ସବୁ ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ଆସି ସଂଧ୍ୟା ସୁଦ୍ଧା ଶେଷ ହୋଇଛି। ଏଭଳି ରେକର୍ଡ ପୂର୍ବରୁ କେବେ ନଥିଲା।

ପୂର୍ବରୁ କାଠଯୋଡିର ଦେବୀ ଗଡାରେ ଶହେରୁ ଅଧିକ ମୂର୍ତ୍ତି ବିସର୍ଜନ ହେଉଥିବା ବେଳେ ଏଥର କିନ୍ତୁ ସହରର ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରି ବିସର୍ଜନ ବ୍ୟବସ୍ଥା କରାଯାଇଥିଲା। ଦେବୀଗଡ଼ାରେ ସର୍ବାଧିକ ୪୯ଟି ମେଢ ବିସର୍ଜିତ ହୋଇଥିବା ବେଳେ ବେଲଭ୍ୟୁ ପଏଣ୍ଟରେ ୨୪ଟି, କାର୍ତ୍ତିକେଶ୍ବର ପଏଣ୍ଟରେ ୨୩ଟି ଓ ଘାଟକୂଳରେ ୧୩ଟି ମେଢ଼ ବିସର୍ଜନ କରାଯାଇଛି। ଅନ୍ୟ ମେଢ ଗୁଡିକ ମହାନଦୀର ନେହେରୁ ପଲ୍ଲୀ, ଗୁରୁଦ୍ବାର ଘାଟ, ମ୍ୟାରିଟାଇମ ମିଉଜିୟମ, ଚହଟା ଶନି ମନ୍ଦିର ଘାଟ ଏବଂ କାଠଯୋଡିର ବାଲିଘାଟ ଗଡା, ସେକ୍ଟର ୬ ଓ ସେକ୍ଟର ୧୧ ନିକଟରେ ବିସର୍ଜିତ ହୋଇଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ ପ୍ରଥମେ ଦେବୀଗଡ଼ାରେ ପୁରୁଣା ରାଉସାପାଟଣା ମେଢ଼ ବିସର୍ଜନ କରାଯାଇଥିଲା।

ଆଜି ଦ୍ବିତୀୟ ପର୍ଯ୍ୟାୟରେ ସକାଳ ୮ଟା ୧୦ରେ ପ୍ରଥମେ ଶିଳ୍ପୀ କୁମ୍ଭାର ସାହି ମେଢ଼ ବିସର୍ଜନ ହୋଇଥିବା ବେଳେ ଶେଷ ମେଢ଼ ମାଣିକଘୋଷ ବଜାର ଅପରାହ୍ନ ୫ଟାରେ ବିସର୍ଜନ କରାଯାଇଥିଲା। ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ସୋମବାର ୩ଟି ମେଢ ବିସର୍ଜନ ହୋଇଥିବା ବେଳେ ଆଜି ୬ଟି ବିସର୍ଜନ ହୋଇଛି। ଗୁରୁଦ୍ବାର ଘାଟରେ ଗୋଟିଏ ଏବ˚ ଅବଶିଷ୍ଟ ୫ଟି ନେହେରୁ ପଲ୍ଲୀରେ ବିସର୍ଜନ କରାଯାଇଛି। ମଧୁପାଟଣାର ଆଜି ୧୩ଟି ମେଢ଼ ଘାଟକୂଳରେ ବିସର୍ଜନ କରାଯାଇଛି।

ବାଦାମବାଡ଼ିରେ ୧୧ ଟି ମେଢ଼ ମଧ୍ୟରୁ ୮ଟି ଖାନନଗର ବାଲିଘାଟ ଗଡ଼ା, ଯୋବ୍ରାରେ ଗୋଟିଏ ଏବ˚ ଦେବୀଗଡ଼ାରେ ଦୁଇଟି ବିସର୍ଜନ କରାଯାଇଛି। ପୁରୀଘାଟରେ ସୋମବାର ୫ଟି ଏବ˚ ଆଜି ୩୨ଟି ମେଢ଼ ଦେବୀଗଡ଼ାରେ ବିସର୍ଜନ କରାଯାଇଛି। ଲାଲବାଗରେ ସୋମବାର ୪ଟି ଏବ˚ ଆଜି ୨୪ଟି ବିସର୍ଜନ କରାଯାଇଛି। ସିଡିଏ ସେକ୍ଟର ୭ରେ ଗୋଟିଏ, କାର୍ତ୍ତିକେଶ୍ବର ଗଡ଼ାରେ ୩ଟି ବିସର୍ଜନ ହୋଇଥିବା ବେଳେ ଅବଶିଷ୍ଟ ୨୪ଟି ବେଲଭ୍ୟୁରେ ବିସର୍ଜନ କରାଯାଇଛି। ଦରଘାବଜାରରେ ସୋମବାର ଗୋଟିଏ ଏବ˚ ଆଜି ୪ଟି ମେଢ଼ କାର୍ତ୍ତିକେଶ୍ବର ଗଡ଼ାରେ ବିସର୍ଜନ କରାଯାଇଛି। ବିଡାନାସୀରେ ସୋମବାର ୨ଟି ଏବ˚ ଆଜି ୭ଟି ମେଢ଼ ବିସର୍ଜନ କରାଯାଇଛି।

୮ଟି ଚହଟା ଘାଟରେ ଏବ˚ ଗୋଟିଏ ବଙ୍ଗାଳୀ ସାହି ପୋଖରୀ ବିସର୍ଜନ କରାଯାଇଛି। ମଙ୍ଗଳାବାଗରେ ସୋମବାର ୪ଟି ଏବ˚ ଆଜି ୧୬ଟି ମେଢ଼ ମେରିଟାଇମ୍‌ ମିଉଜିୟମ ନିକଟ ମହାନଦୀରେ ବିସର୍ଜନ କରାଯାଇଛି। ମର୍କତନଗରରେ ସୋମବାର ଗୋଟିଏ ଏବ˚ ଆଜି ୪ଟି ସେକ୍ଟର ୭ କାଠଯୋଡ଼ି ବିହାର ବାଲିଘାଟରେ ବିସର୍ଜନ କରାଯାଇଛି। ଫେଜ୍‌ ୨ରେ ୩ଟି ମେଢ଼ ସେକ୍ଟର ୧୧ ବାଲିଘାଟରେ ବିସର୍ଜନ କରାଯାଇଛି। କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ କାର୍ତ୍ତିକେଶ୍ବର ଗଡ଼ାରେ ସୋମବାର ୨ଟି ବିସର୍ଜନ ହୋଇଥିବା ବେଳେ ଆଜି ୧୭ଟି କରାଯାଇଛି। ମାଲଗୋଦାମରେ ଯୋବ୍ରା ଦଶତୁଠ ଘାଟରେ ଆଜି ୪ଟି ମେଢ଼ ବିସର୍ଜନ କରାଯାଇଛି।

କଟକ କମିସନରେଟ୍ ଅଞ୍ଚଳର ତଥ୍ୟ ଅନୁଯାୟୀ ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ମୋଟ ୨୦୦ ମେଢ଼ ବିସର୍ଜନ କରାଯାଇଛି। ଆହୁରି ୩ଟି ପର୍ଯ୍ୟାୟରେ ୬୯ଟି ମେଢ଼ ବିସର୍ଜନ କରାଯିବ। ଚୌଦ୍ବାର ଅଞ୍ଚଳର ସର୍ବାଧିକ ୪୦ଟି ମେଢ଼ ବିସର୍ଜନ କରାଯିବାକୁ ରହିଛି।
ଜଗତପୁରରେ ଆଜି ୮ଟା ମେଢ଼ ବିସର୍ଜନ ହୋଇଥିବା ବେଳେ ଆସନ୍ତାକାଲି ୩ଟି ବିସର୍ଜନ କରାଯିବ। କନ୍ଦରପୁରରେ ଆଜି ୧୧ଟି ବିସର୍ଜନ ହୋଇଥିବା ବେଳେ ଆସନ୍ତାକାଲି ୧୧ଟି ବିସର୍ଜନ କରାଯିବ।

ସଦର ଅଞ୍ଚଳରେ ଆଜି ୧୪ଟି ମେଢ ଗୋପାଳପୁର କାଠଯୋଡ଼ି ନଦୀ ଗଡ଼ାରେ ବିସର୍ଜନ ହୋଇଥିବା ବେଳେ ଆସନ୍ତାକାଲି ଆହୁରି ୧୫ଟି ବିସର୍ଜନ କରାଯିବ। ବାରଙ୍ଗରେ ଆଜି ୪ଟି ମେଢ଼ ପୋଖରୀରେ ବିସର୍ଜନ କରାଯାଇଛି। ଚୌଦ୍ବାରରେ ଆସନ୍ତା ନଭେମ୍ବର ୨ ତାରିଖରେ ୨୦ଟି ଏବ˚ ୩ ତାରିଖରେ ଅବଶିଷ୍ଟ ୨୦ ମେଢ଼ ବିସର୍ଜନ କରାଯିବ। ପ୍ରତି ମେଢ଼ ପିଛା ସର୍ବାଧିକ ୭ ଜଣଙ୍କୁ ଆସିବାକୁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର

Comments are closed.