କଟକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେବା ପରେ ଶନିବାର ମାହାଙ୍ଗା ବ୍ଲକ କାର୍ଯ୍ୟାଳୟକୁ କେନ୍ଦ୍ରୀୟ ଟିମ୍ ପହଞ୍ଚି ଫାଇଲ ଯାଞ୍ଚ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମିତ ଘର ଗୁଡ଼ିକରେ ବ୍ୟାପକ ଦୁର୍ନୀତି ହେବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ୬ଜଣିଆ କେନ୍ଦ୍ରୀୟ ଟିମ୍ ଶନିବାର ପହଞ୍ଚି ବହୁ ସମୟ ଧରି କାଗଜପତ୍ର ଯାଞ୍ଚ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମାହାଙ୍ଗାରେ କେନ୍ଦ୍ରୀୟ ଟିମ୍
/sambad/media/post_attachments/wp-content/uploads/2017/09/ctc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)