ଜାନୁଆରିରୁ ମେ ଭିତରେ ଅବଧି ସରିବ ୮୦ ଲକ୍ଷ ଟଙ୍କାର ଔଷଧ

ସବୁ ବିଭାଗୀୟ ମୁଖ୍ୟଙ୍କୁ ଦିଆଗଲା ସଟ୍‌ ଏକ୍ସପାରି ଔଷଧ ତାଲିକା

କଟକ: ଏସ୍‌ସିବିରେ ଜାନୁଆରିରୁ ମେ’ ଭିତରେ ଅବଧି ସରିବାକୁ ଯାଉଛି ୫୧ ପ୍ରକାର ଔଷଧ। ଯାହାର ମୂଲ୍ୟ ୮୦ଲକ୍ଷ ୯୩ହଜାର ୩୫୯ ଟଙ୍କା ‌ହେବ ବୋଲି ଜଣାପଡିଛି। ତେଣୁ ସେହି ସବୁ ଔଷଧର କିପରି ଠିକ୍‌ ବିନିଯୋଗ କରାଯାଇପାରିବ ସେଥିପାଇଁ ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଅଧୀକ୍ଷକ (ଷ୍ଟୋର)। କମ୍‌ ଦିନ ଭିତରେ ଅବଧି ସରିବାକୁ ଥିବା ଔଷଧଗୁଡିକୁ ଡାକ୍ତରୀ ଚିଠା ଲେଖିବା ତଥା ତୁରନ୍ତ ବ୍ୟବହାର କରିବା ପାଇଁ ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖାଯିବା ସହ ଔଷଧର ତାଲିକା ମଧ୍ୟ ସଂଲଗ୍ନ କରାଯାଇଛି।

ତେବେ ଏସ୍‌ସିବିରେ ଡାଇକ୍ଲୋଫେନାକ୍‌ ସୋଡିୟମ୍‌(କୋଟେଡ୍‌)୧ଲକ୍ଷ ୫୧ହଜାର ୮୦୦, ହେପାଟାଇଟିସ୍‌ ‘ସି’ ରୋଗ ପାଇଁ ଡାକଲାଟାକ୍ସଭିର ଔଷଧ ୨୫ହଜାର, ସେଫାଡକ୍ସିଲ ୫୦୦ଏମ୍‌ଜି ୨୪ହଜାର ୬୦୦, ସିପ୍ରୋଫ୍ଲାକ୍ଂସିନ୍ ୨୫୦ଏମ୍‌ଜି ରହିଛି ୬୩୦୦, ସୋ‌ଫ୍‌ଜ୍‌ବ୍ୟୁଭିର ୨୧ହଜାର ପାଖାପାଖି, ଫାବିପିରାଭିର ୪୩ଶହ ବଟିକା ସହ ୫୧ ପ୍ରକାରର ଔଷଧର ଅବଧି ଜାନୁଆରୀରୁ ମେ ମାସ ଭିତରେ ସରିଯାଉଥିବା ଜଣାପଡିଛି। ବିଭିନ୍ନ ବିଭାଗରୁ ଏହି ସବୁ ଔଷଧର ଚିଠା ନଆସିବା ଫଳରେ ଏହି ଔଷଧ ସବୁ ରହିଯାଇଛି। ଯାହା ଫଳରେ ଏହି ସବୁ ଔଷଧ ଷ୍ଟୋରରେ ରହିଛି ତାର ବିନିଯୋଗ କିପରି ହୋଇଛି ସେ ସଂପର୍କରେ ସବୁ ବିଭାଗକୁ ଜଣାଇବା ପାଇଁ ଏଭଳି ଚିଠି ଲେଖାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର