ପୋଛି ନେଲେ ଡାକ୍ତରଙ୍କ ୭୮ ଲକ୍ଷ; ଝାଡ଼ଖଣ୍ଡ ଜାମତାରାର ସାଇବର୍ ଠକ ସଂପୃକ୍ତ

କଟକ: ରାଜ୍ୟର ସବୁଠୁ ବଡ ସାଇବର ଠକେଇର ଶିକାର ହୋଇଥିବା ଦୁଇ ଜଣ ଡାକ୍ତର ସନାତନ ମହାନ୍ତି ଓ ନାରାୟଣ ମହାନ୍ତି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଣ୍ଟରୁ ୭୮ ଲକ୍ଷ ଟଙ୍କା ଚଳୁ ଘଟଣା ସଂପର୍କରେ ପ୍ରାଥମିକ ଛାନଭିନ୍‌ରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ସେଥିରେ ବ୍ୟାଙ୍କ ଆକାଉଣ୍ଟସରେ ଟଙ୍କା ଜମା ଓ ନେଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସୁରକ୍ଷାକୁ ନେଇ ବି ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ଆୟୁର୍ବେଦିକ ଡାକ୍ତର ନାରାୟଣ ମହାନ୍ତିଙ୍କ ୫୨ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପ୍ରାଥମିକ ଛାନଭିନ୍ ଆରମ୍ଭ ହୋଇଛି। ୭୮ ଲକ୍ଷ ଲୁଟ୍ ଘଟଣାରେ ଝାଡ଼ଖଣ୍ଡ ଜାମତରା ଅଞ୍ଚଳର ସାଇବର ଅପରାଧୀ ଗ୍ୟାଙ୍ଗ ସଂପୃକ୍ତ ଥିବା ସୂଚନା ମିଳିଛି। ନେଟ୍ ବ୍ୟାଙ୍କିଂ ବ୍ୟବସ୍ଥାର ଫାଇଦା ନେଇ ସେମାନେ ୬ଟି ଫିକ୍ସଡ୍‌ ଡିପୋଜିଟ୍‌ ଆକାଉଣ୍ଟକୁ ସେଭିଙ୍ଗ ଆକାଉଣ୍ଟ୍‌ସକୁ ଆଣି ତାହାକୁ ଚଳୁ କରି ଦେଇଥିବା ଜଣାପଡିଛି।

ସାରା ରାଜ୍ୟରେ ଆଜି ଚାଞ୍ଚଲ୍ୟ ସୃଷ୍ଟି କରି ଥିବା ଏହି ଲୁଟ୍ ସଂପର୍କରେ କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଜାମତରା ସାଇବର ଅପରାଧୀ ଗ୍ୟାଙ୍ଗ୍‌ ସନାତନଙ୍କ ନାଁରେ ଅନଲାଇନରେ ଖୋଲିଥିବା ନେଟ୍‌ ବ୍ୟାଙ୍କି˚ ମାଧ୍ୟମରେ ହିଁ ୬ଟି ଫିକ୍ସଡ୍‌ ଡିପୋଜିଟ୍‌(ସ୍ଥାୟୀ ଜମା) ଟଙ୍କା ମ୍ୟାଚୁରିଟି ପୂର୍ବରୁ ଉଠାଇ ନେଇଛନ୍ତି। ନେଟ୍‌ ବ୍ୟାଙ୍କି˚ରେ ଫିକ୍ସଡ୍‌ ଡିପୋଜିଟ୍‌ ଟଙ୍କା ଉଠାଇବାରେ ବ୍ୟାଙ୍କ୍‌ର କୌଣସି ପ୍ରକାର ଅନୁମୋଦନ ନେବାର ଆବଶ୍ୟକତା ନାହିଁ। ମାତ୍ର ଏକ ମିନିଟ୍‌ ଭିତରେ ଫିକ୍ସଡ୍‌ ଡିପୋଜିଟ୍‌ ବନ୍ଦ ହୋଇ ଟଙ୍କା ସନାତନଙ୍କ ସେଭି˚ ଆକାଉଣ୍ଟସ୍‌କୁ ପ୍ରଥମେ ଆସିଛି। ପରେ ସେହି ଟଙ୍କା ସାଇବର‌୍‌ ଅପରାଧୀ ନିଜର ଅନଲାଇନରେ ଖୋଲିଥିବା ସେଭି˚ ଆକାଉଣ୍ଟସକୁ ଟ୍ରାନ୍ସଫର‌୍‌ କରି ନେଇଛନ୍ତି।
ସିଡିଏରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତି ଏବ˚ ତାଙ୍କ ପତ୍ନୀଙ୍କର ବିଡାନାସୀ ଏସ୍‌ବିଆଇ ଶାଖାରେ ଥିବା ଜଏଣ୍ଟ ଆକାଉଣ୍ଟରେ ୬ଟି ଫିକ୍ସଡ୍‌ ଡିପୋଜିଟ୍‌(ସ୍ଥାୟୀ ଜମା)ରେ ଥିବା ୬୭ ଲକ୍ଷ ୫୦ ହଜାର ଟଙ୍କା ଭାଙ୍ଗିବା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି। ଫେବ୍ରୁଆରି ୯ ତାରିଖରେ ସାଇବର‌୍‌ ଅପରାଧୀ ଡାକ୍ତର ମହାନ୍ତିଙ୍କ ବ୍ୟାଙ୍କ୍‌ ଶାଖା ନାଁ, ସିଆଇଏଫ୍‌ (କଷ୍ଟମର ଇନଫରମେସନ୍‌ ଫାଇଲ୍‌) ନମ୍ବର, ଜମା ଖାତା ନମ୍ବର, ଏଟିଏମ୍‌ କାର୍ଡ ନମ୍ବର, ସିଭିଭି(କାର୍ଡ ଭେରିଫିକେସନ୍‌ ଭ୍ୟାଲୁ) ନମ୍ବର ହାସଲ କରିବା ପରେ ଏସବିଆଇର ଅନଲାଇନ୍‌ ‌ସାଇଟ୍‌ରେ ପ୍ରଥମେ ନେଟ୍‌ ବ୍ୟାଙ୍କି˚ରେ ଆକାଉଣ୍ଟ ଖୋଲିଥିଲେ।

Information Age

ନେଟ୍‌ ବ୍ୟାଙ୍କି˚ରେ ପ୍ରଥମେ ଡାକ୍ତର ମହାନ୍ତିଙ୍କ ମୋବାଇଲ୍‌ ନମ୍ବର ବଦଳାଇ ନୂଆ ନମ୍ବର ଦେଇଥିଲେ ସାଇବର‌୍‌ ଅପରାଧୀ। ଏହା ପରଠାରୁ ହିଁ ଅସଲ ଖେଳ ଆରମ୍ଭ ହୋଇଥିଲା। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅନଲାଇନରେ ନେଟ୍‌ ବ୍ୟାଙ୍କି˚ ମାଧ୍ୟମରେ ହୋମ୍‌ ପେଜ୍‌ ଖୋଲିବା ପରେ ‘ଇ-ସର୍ଭିସ’ ଟ୍ୟାବ୍‌ କ୍ଲିକ୍‌ କରି ‘ଏଟିଏମ୍‌ କାର୍ଡ ସର୍ଭିସ’ ଅପସନ ଦ୍ବାରା ଡାକ୍ତର ମହାନ୍ତିଙ୍କ ଏଟିଏମ୍‌ କାର୍ଡ ବ୍ଲକ କରିଦିଆଯାଇଛି। କାର୍ଡ ବ୍ଲକ୍‌ ହୋଇଥିବା ସମ୍ପର୍କିତ ଏକ ମେସେଜ ଡାକ୍ତର ମହାନ୍ତିଙ୍କ ମୋବାଇଲ୍‌କୁ ଗଲା ୯ ତାରିଖ ସନ୍ଧ୍ୟା ୬ଟା ୩୫ରେ ଆସିଥିଲା। ସେହି ମ୍ୟାସେଜ୍‌ ବ୍ୟାଙ୍କ ପକ୍ଷରୁ ଶେଷ ମ୍ୟାସେଜ୍‌ ଥିଲା। ପରେ ସାଇବର‌୍‌ ଅପରାଧୀ ନେଟ୍‌ ବ୍ୟାଙ୍କି˚ ମାଧ୍ୟମରେ ଡାକ୍ତର ମହାନ୍ତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲି ସେଥିରେ ଥିବା ‘ଇ-ଫିକ୍ସଡ୍‌ ଡିପୋଜିଟ୍‌’ ଟ୍ୟାବ୍‌ ମାଧ୍ୟମରେ ‘ଫିକ୍ସଡ୍‌ ଡିପୋଜିଟ୍‌’ ଅପସନରେ କ୍ଲିକ୍‌ କରିଛନ୍ତି। ପରେ ‘କ୍ଲୋଜ ଆକାଉଣ୍ଟ ପ୍ରିମ୍ୟାଚିଓରଲି’ରେ କ୍ଲିକ୍‌ ହୋଇଛି। ଗୋଟିଏ ସ˚ଚୟ ଖାତାରେ ଯେତୋଟି ଫିକ୍ସଡ୍‌ ଡିପୋଜିଟ୍‌ ରହିଛି, ତାହାର ଏକ ତାଲିକା ସେଠାରେ ଉପଲବ୍ଧ ହୋଇଛି। ଯେଉଁ ଫିକ୍ସଡ୍‌ ଡିପୋଜିଟ୍‌କୁ ବନ୍ଦ କରିବାକୁ ପଡ଼ିବ ତାକୁ ସିଲେକ୍ଟ କରି ‘ପ୍ରୋସିଡ୍‌’ ଅପସନ୍‌ରେ କ୍ଲିକ୍‌ କଲା ପରେ ଏକ ହାଇ ସିକ୍ୟୁରିଟି ପାସଵାର୍ଡ ମାଗିଥାଏ ଏସବିଆଇ।

Latestly.com

ଏହି ହାଇ ସିକ୍ୟୁରିଟ ପାସୱାର୍ଡ ଡାକ୍ତର ମହାନ୍ତିଙ୍କ ମୋବାଇଲକୁ ଆସିବା ବଦଳରେ ସାଇବର‌୍‌ ଅପରାଧୀ ଦେଇଥିବା ନୂଆ ନମ୍ବରକୁ ଯାଇଛି। ଉକ୍ତ ପାସୱାର୍ଡକୁ ଏଣ୍ଟ୍ରି କରିବା ପରେ ଡାକ୍ତର ମହାନ୍ତିଙ୍କ ୬ଟି ଫିକ୍ସଡ୍‌ ଡିପୋଜିଟ୍‌ ଆକାଉଣ୍ଟ ଗୋଟିଏ ପରେ ଗୋଟିଏ କ୍ଲୋଜ ହୋଇ ଡାକ୍ତର ମହାନ୍ତିଙ୍କ ସ˚ଚୟ ଖାତାକୁ ଟଙ୍କା ଟ୍ରାନସଫର‌୍‌ ହୋଇଯାଇଛି। ସ˚ଚୟ ଖାତାକୁ ଟଙ୍କା ଗଲା ପରେ ସେହି ଟଙ୍କାକୁ ସାଇବର‌୍‌ ଅପରାଧୀ ନିଜର ଏକ ଅନଲାଇନ୍‌ ଆକାଉଣ୍ଟକୁ ଟ୍ରାନସଫର‌୍‌ କରିଥିବା କୁହାଯାଉଛି।

ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆଜିକାଲି ବ୍ୟାଙ୍କକୁ ନଆସି ବି ଘରେ ରହି ଅନଲାଇନରେ ପ୍ରାୟ ସମସ୍ତ ବ୍ୟାଙ୍କ ପକ୍ଷରୁ ସ˚ଚୟ ଖାତା ଖୋଲିବାର ବ୍ୟବସ୍ଥା ରହିଛି। ଅନଲାଇନ୍‌ରେ କେଵାଇସି ତୁରନ୍ତ ମାଗୁନାହିଁ। କେୱାଇସି ଜମା କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ। କେୱାଇସି ଜମା କରିବା ଭିତରେ ଯେଉଁ ସମୟ ରହୁଛି, କୌଶଳକ୍ରମେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଉକ୍ତ ଅନଲାଇନ୍‌ ଆକାଉଣ୍ଟକୁ ଟ୍ରାନସଫର‌୍‌ କରି ଦିଆଯାଉଛି। ପରେ ତାକୁ ଉଠାଇ ନିଆଯାଉଛି। ତେଣୁ ସମ୍ପୃକ୍ତ ସାଇବର‌୍‌ ଅପରାଧୀଙ୍କୁ ଠାବ କରିବା ଏବେ ହୁଏତ ଆଉ ସହଜ ନ ହୋଇପାରେ ବୋଲି ସଂପୃକ୍ତ ଅଧିକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର