କଟକରେ ବୁଷ୍ଟର୍‌ ଡୋଜ୍‌ ନେଲେ ୧୪୪ ସାମ୍ବାଦିକ

କଟକ: କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବୁଷ୍ଟର୍‌ ଡୋଜ୍‌ ଟିକାକରଣ କାର୍ଯ୍ୟକ୍ରମରେ ୧୪୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ଦିଆଯାଇଛି। ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ୍‌ ମହାମାରୀର ପ୍ରକୋପରୁ ସୁରକ୍ଷା ଦେବା ନିମନ୍ତେ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କୁ ଟିକାକରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଆଧାରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମଗ୍ର ଜିଲ୍ଲାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ଟିକାକରଣ ପାଇଁ କୁହାଯାଇ ସେହି ମୁତାବକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ସୂଚନା ଅନୁଯାୟୀ, ଚାଉଳିଆଗଞ୍ଜସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୩ ଜଣ ଗଣମାଧ୍ୟମ ପ୍ରତିନିଧି, ଆଠଗଡ଼ ଓ ବାଙ୍କୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ ଜଣ ଏବଂ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୬ ଜଣଙ୍କୁ ମିଶାଇ ସମୁଦାୟ ୧୪୪ ଜଣ ସାମ୍ବାଦିକଙ୍କୁ ବୁଷ୍ଟର୍‌ ଡୋଜ୍‌ ଟିକା ଦିଆଯାଇଛି।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କୋଭିଡ୍‌ ନୋଡାଲ୍‌ ଅଧିକାରୀ ଡାକ୍ତର ଉମେଶ ରାୟ, ଚାଉଳିଆଗଞ୍ଜସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ମଲ୍ଲିକଙ୍କ ମିଳିତ ତତ୍ତ୍ବାବଧାନରେ ଏହି ଟିକାକରଣ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ସହକାରୀ ସୂଚନା ଅଧିକାରୀ ଅଭିରାମ ଦାସ, ବାଙ୍କୀ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ, ସାଲେପୁର ଗ୍ରନ୍ଥାଗାରିକ ପୁଷ୍ପଲତା ରାଉତ, ଚାହାପଡା- ମାହାଙ୍ଗା ଗ୍ରନ୍ଥାଗାରିକ ତାପସ କୁମାର ଓଝା ଓ ବରିଷ୍ଠ ରାଜସ୍ଵ ସହାୟକ ବିଶ୍ଵମୋହନ ମହାପାତ୍ରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର