କଟକ: କଟକରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ ହେବ କାଳୀ ପୂଜା। ୪ ଫୁଟ୍ର ମୂର୍ତ୍ତି ହେବା ସହ ୧୫ ପ୍ଲାଟୁନ୍ ଫୋର୍ସ ଓ ୫୦ ଅଫିସର ଆଇନ ଶୃଙ୍ଖଳା ତଦାରଖରେ ମୁତୟନ ହେବେ । ଏହାସହ ଅସ୍ଥାୟୀ ବାଣ ଦୋକାନୀଙ୍କୁ ଲାଇସେନ୍ସ ମିଳିବ ବୋଲି କଟକ ଡ଼ିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ସହରରେ କୋଭିଡ଼ ସ୍ଥିତିକୁ ନଜରରେ ରଖି ଦୂର୍ଗା ପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ ।
ପୂଜା କମିଟିର ସାତ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ। ଏହାସହ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯିବ, ଯେଉଁଠି ମୂର୍ତ୍ତି ବିସର୍ଜନ ହେବ। ପୂଜା ସମୟରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୫୦ ଅଫିସରଙ୍କୁ ମୁତୟନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅସ୍ଥାୟୀ ବାଣ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଡ଼ିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି।