ଆୟ ବହିର୍ଭୂତ ସମ୍ପତ୍ତି ମାମଲା: କନ୍ଧମାଳ ଡିଏସ୍‌ପିଙ୍କୁ ୨ବର୍ଷ ଜେଲ୍‌

କଟକ : ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ କନ୍ଧମାଳର ଡିଏସ୍‌ପି ନାରାୟଣ ଚନ୍ଦ୍ର ନାୟକଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡ ମିଳିଛି। ଏଥିସହିତ ତାଙ୍କୁ ୫୦ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି। ମାମଲାରୁ ପ୍ରକାଶ ଯେ, ୨୦୦୨ ମସିହାରେ ନାରାୟଣ ଭୁବନେଶ୍ୱର ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିଲା। ଭଦ୍ରକ ଟାଉନସ୍ଥିତ ଘର, ନାଇକନିଧି ଥାନା ଗୋଡି ଗ୍ରାମସ୍ଥିତ ଘରେ ମିଳିତ ଭାବେ ଚଢାଉ କରି ୬ଲକ୍ଷ ୯୩ହଜାର ୩୧୯ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ବାଲେଶ୍ୱର ସ୍ୱତନ୍ତ୍ର ଜଜ୍‌ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧)(ଇ) ଅନୁଯାୟୀ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ଦେଇଥିଲେ। ଏହି ମାମଲାକୁ ସ୍ୱତନ୍ତ୍ର ପିପି ସେକ୍‌ ହାଜିରୁଦ୍ଦିନ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର