କେନ୍ଦୁଝର ଭିଏଲ୍‌ଡବ୍ଲୁଙ୍କୁ ୪ବର୍ଷ ଜେଲ୍‌

କଟକ : ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଜିଲ୍ଲା ମଇଦାନକେଳା ଗ୍ରାମ ପଞ୍ଚାୟତର ପୂର୍ବତନ ଭିଏଲ୍‌ଡବ୍ଲୁ ବସନ୍ତ କୁମାର ବେହେରାଙ୍କୁ ୪ବର୍ଷ ଜେଲ୍‌ ହୋଇଛି। ୨୦୧୫ ମସିହାରେ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅଭିଯୋଗକାରୀ ସହଦେବ ମହନ୍ତଙ୍କଠୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ। ଏସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ମାମଲାର ଶୁଣାଣି କରି ଅଭିଯୁକ୍ତ ବସନ୍ତଙ୍କୁ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁସାରେ ୩ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଏବଂ ଧାରା ୧୩(୨), ୧୨(୧)(ଡି) ଅନୁଯାୟୀ ୪ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରାଯାଇଛି।

ସମ୍ବନ୍ଧିତ ଖବର