ଚର୍ଚ୍ଚାରେ କଣ୍ଠଶିଳ୍ପୀ ଖୁସି କିରନ୍‌

କଟକ: ‘ଢ଼େଙ୍କାନାଳର ଝିଅ..’ ଭଳି ଏକକ ଆଧୁନିକ ଗୀତ ଓ ‘ଗୋଟିଏ ଦିନର ଲଭର୍‌..’ ଭଳି ଡୁଏଟ୍‌ରୁ ଓଡ଼ିଆ ସଂଗୀତ ଦୁନିଆରେ ପରିଚୟ ଆରମ୍ଭ କରିଥିବା ଚୁଲ୍‌ବୁଲି ଗାୟିକା ଖୁସି କିରନ୍‌ ଏ​ହା ଭିତରେ ଅନେକଗୁଡ଼ିଏ ଗୀତରେ କଣ୍ଠଦାନ କଲେଣି। ଘର ବାହୁଡ଼ା ଚଳଚ୍ଚିତ୍ରର ‘ଠିକଣା ହଜେଇ ଦେଲି..’, ଅର୍ପିତାଙ୍କ ସହ ଦ୍ବୈତକଣ୍ଠରେ ‘ଜୟ ମା’ କାଳୀ..’ ଓ ଏକ ଘରୋଇ ଚ୍ୟାନେଲ୍‌ ପାଇଁ ସେ ଗାଇଥିବା ଲକ୍ଷ୍ମୀ ପୁରାଣ ବେଶ୍‌ ଲୋକାଦୃତି ପାଇଛି। କଟକ ସିଡିଏରେ ରହୁଥିବା ଖୁସି ବର୍ତ୍ତମାନ କଟକରେ ବିଏସ୍‌ସି ନର୍ସିଂ ପଢ଼ୁଛନ୍ତି। ଖୁସିଙ୍କ ବାପା, ଢ଼େଙ୍କାନାଳ କାମାକ୍ଷାନଗରର ମୂଳ ବାସିନ୍ଦା କୃଷ୍ଣଚନ୍ଦ୍ର ପାତ୍ର ଭାର​ତୀୟ ସେନାର ପୂର୍ବତନ ସୈନିକ ଓ ବର୍ତ୍ତମାନ ରେଳବାଇରେ କାର୍ଯ୍ୟରତ ଅଛନ୍ତି।

ମା’ ଜ୍ୟୋତିପ୍ରଭା ପାତ୍ର ଜଣେ ସୁଗୃହିଣୀ। ମହାରାଷ୍ଟ୍ରର ପୁନେସ୍ଥିତ ସେନା ବେସ୍‌ରେ ଶୈଶବ କାଟିଥିବାରୁ ଖୁସିଙ୍କର ହିନ୍ଦୀ ଭାଷାରେ ମଧ୍ୟ ଦଖଲ ରହିଛି। ଏହାକୁ ଆଧାର କରି ସେ ଓଲିଉଡ୍‌ ସହ ବଲିଉଡ୍‌ରେ ଜଣେ ସଫଳ ଗାୟିକା ହେବାକୁ ବି ଇଚ୍ଛା ରଖିଛନ୍ତି।

ସମ୍ବନ୍ଧିତ ଖବର