କଟକ: ପରସ୍ପରର ହାତକୁ ବାନ୍ଧି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କ ଶେଷକୃତ୍ୟ କାଳିଆବୁଦା ଶ୍ମଶାନରେ ଶେଷ ହୋଇଛି। ପାଖାପାଖି ଦୁଇଟି ଜୁଇରେ ଉଭୟଙ୍କ ଶବକୁ ଦାହ କରାଯିବା ସମୟରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ବି ସେଠାରେ ଜମା ହୋଇଯାଇଥିଲେ। ଶିଖରପୁର ଉପରସାହିରେ ରହୁଥିବା ତୁଷାର ଜେନା ଓ ଅଙ୍କିତା ସିଂହ ଗଲା ୮ ତାରିଖରେ ଘରୁ ପଳାଇ ଯାଇଥିଲେ।
ସେମାନେ ହାତକୁ ବାନ୍ଧି କାଳିଆବୁଦା ନିକଟରେ ପୋଲ ଉପରୁ ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଥିବା ବେଳେ ଗତକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଲୁଣା ନଦୀରୁ ଉଦ୍ଧାର କରାଯାଇଥିଲା। ତୁଷାର ଗ୍ରାଜୁଏସନ ପାସ କରିବା ପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିବା ବେଳେ ଅଙ୍କିତା ଶିଖରପୁର ସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/premi.jpg)