କଟକ: ମହାନଗର ନିଗମର ୪୫ ନମ୍ବର ୱାର୍ଡର ଖାନନଗର ଠାରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ବସ୍ ଟର୍ମିନାଲ ପାଇଁ ସିଏମସିର କେନ୍ଦ୍ରୀୟ ପାଠାଗାର, କେନ୍ଦ୍ରୀୟ ଚାରା ଉଦ୍ୟାନ, ରାତ୍ର ଆଶ୍ରୟସ୍ଥଳୀ, ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଆଦିକୁ ଭଙ୍ଗାଯିବ। ଏହି ସମସ୍ତ ପ୍ରତିଷ୍ଠାନକୁ କିନ୍ତୁ ସେହି ୱାର୍ଡରେ ରଖିବାକୁ ଜିଲ୍ଲା ପ୍ରଶାସନକୁ ଜମି ଦେବାକୁ ସିଏମସି ପକ୍ଷରୁ କୁହାଯାଇଛି। ବିଶେଷ ଭାବେ ବାଦାମବାଡ଼ି ନିକଟରେ ପାଠାଗାର ଓ ରାତ୍ର ଆଶୟସ୍ଥଳ ରଖିବାକୁ ନିଗମ ପକ୍ଷରୁ ଯୋଜନା କରାଯାଉଛି। ଅନ୍ୟପଟେ ବସ୍ ଟର୍ମିନାଲ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିବା ସୂଚନା ମିଳିଛି।
ଖାନନଗର ଠାରେ ୧୨ ଏକର ଜମି ଉପରେ ନିର୍ମାଣ ହେବକୁ ଥିବା ଅତ୍ୟାଧୁନିକ ବସ୍ ଟର୍ମିନାଲ ପାଇଁ ନିଗମର ଏକାଧିକ କାର୍ଯ୍ୟାଳୟକୁ ଭଙ୍ଗାଯିବ। ସେଥିମଧ୍ୟରେ ବିଶ୍ବନାଥ କେନ୍ଦ୍ରୀୟ ପାଠାଗାରକୁ ଏବେ ଅସ୍ଥାୟୀ ଭାବେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲକୁ ଉଠାଯିବା। କିନ୍ତୁ ପାଠାଗାରକୁ ବାଦାମବାଡ଼ି ବସଷ୍ଟାଣ୍ଡ ନିକଟରେ ରଖିବାକୁ ଯୋଜନା ହେଉଛି।
ଏଥିପାଇଁ ଖାନନଗର କିମ୍ବା ବାଦାମବାଡ଼ି ନିକଟରେ ଜାଗା ଖୋଜା ଚାଲିଛି। ପାଠାଗାରକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଲା ଆସୁଥିବା ବେଳେ ଏହାକୁ ବାଦାମବାଡ଼ି ନିକଟରେ ରଖାଯିବ। ସେହିପରି ରାତ୍ର ଆଶ୍ରୟସ୍ଥଳିକୁ ବାଦାମବାଡ଼ି ନିକଟରେ ରଖିବାକୁ ଏକ ପ୍ରକାର ସ୍ଥିର ହୋଇଛି। ନୂତନ ଭାବେ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ଉକ୍ତ ୱାର୍ଡରେ କରିବା ପାଇଁ ମଧ୍ୟ ଜାଗା ଦେଖାଯାଉଛି। ଏଥିପାଇଁ ସିଏମସି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଜାଗା ମଗାଯାଇଛି। ନିଗମର ଚାରା ଉଦ୍ୟାନ ପାଇଁ ନୂଆପଡ଼ା ଠାରେ ସ୍ଥାନ ଦେଖାଯାଇଛି। ଖୁବ ଶୀଘ୍ର ଚାରା ଉଦ୍ୟାନକୁ ସେଠାକୁ ସ୍ଥାନାନ୍ତର କରାଯିବ। ଭଙ୍ଗା ହେବାକୁ ଥିବା ସମସ୍ତ ପ୍ରତିଷ୍ଠାନର ପୁନଃନିର୍ମାଣ ପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ସିଏମସି ତରଫରୁ ଜିଲ୍ଲା ପ୍ରଶାସନକୁ କୁହାଯାଇ ଥିବା କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ପାଠାଗାର ପାଇଁ ଜାଗା ମିଳିବା ପରେ ଏହାକୁ ଭଙ୍ଗାଯିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG_20210114_182448083644.jpg)