ଧାଡ଼ି ବାନ୍ଧିଥିବା ଲୋକଙ୍କୁ ଟିକା ନଥିବା କହି ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବା ନେଇ ଅସନ୍ତୋଷ

ଆଠଗଡ଼: ଟିକା ନେବାକୁ ରାତି ଅଧରୁ ଧାଡ଼ି ଲଗାଇଥିଲେ ଲୋକ। ହେଲେ ସକାଳୁ କୁହାଗଲା ଟିକା ନାହିଁ। କରୋନା ମୁକାବିଲା ପାଇଁ ଟିକା ନେବା ଜରୁରୀ ହୋଇଥିବାବେଳେ ଟିକା କେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥାର ଚିତ୍ର ବାରମ୍ବାର ଆସିବାରେ ଲାଗିଛି। ଆଜି ଏହିଭଳି ଏକ ଅଭାବନୀୟ ଚିତ୍ର ଆଠଗଡ଼ରୁ ଆସିଛି ।

ଆଠଗଡ଼ ଉପଖଣ୍ଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାତି ଅନିଦ୍ରା ହୋଇ ଧାଡ଼ି ବାନ୍ଧିଥିବା ଲୋକଙ୍କୁ ଟିକା ନଥିବା କହି ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବାପରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକଙ୍କ ଅଭିଯୋଗ, ଟିକା ନଥିବା ବାବଦରେ ଦିନକ ଆଗରୁ କାହିଁକି ସୂଚନା ଦିଆଗଲା ନାହିଁ। ଏଭଳି ଅବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଲୋକ।

ସମ୍ବନ୍ଧିତ ଖବର