କଟକ: ବନ୍ଧୁକ ମୁନ୍ରେ ମଙ୍ଗଳବାର ମାହାଙ୍ଗା ଅଂଚଳର ଏକ ମେଡିସିନ୍ ଦେକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କଟକ ଜିଲ୍ଲାର ଭଦ୍ରେଶ୍ୱର ଫାଣ୍ଡି ନିକଟରେ ଥିବା ଏକ ମେଡିସିନ ଦେକାନକୁ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସିଥିଲେ। ଦୋକାନ ମାଲିକ ବସିଥିବା ବେଳେ ସେମାନେ ଅଚାନକ ପହଂଚି ଟଙ୍କା ବାକ୍ସ ନେଇ ଘଟଣାସ୍ଥଳରୁ ନିମିଷକ ମଧ୍ୟରେ ଫେରାର ହୋଇଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାର ଛାନ୍ଭିନ୍ କରୁଛି।
କଟକ: ବନ୍ଧୁକ ଦେଖାଇ ମେଡିସିନ୍ ଦେକାନରୁ ଲୁଟ ଅଭିଯୋଗ
/sambad/media/post_attachments/wp-content/uploads/2019/01/loot-1499565216_835x547.jpg)