କଟକ: ଦେବୀଗଡ଼ାରେ ଗଡ଼ିଲା ୫୬ ମେଢ଼

କଟକ: କରୋନା କଟକଣା ଭିତରେ ଗତକାଲି ଗୋଟିଏ ଦିନରେ ଦେବୀ ଗଡ଼ାରେ ମୋଟ ୫୬ଟି କାଳୀ ମେଢ଼ ବିସର୍ଜନ ହୋଇଛି। ଆଜି ରବିବାର ଫିରିଙ୍ଗବଜାର ଓ ଚାନ୍ଦିନୀଚୌକ ମେଢ଼ ବିସର୍ଜନ ହେବ। ଆହୁରି ୬ଟି ମେଢ଼ ସ୍ଥାନୀୟ ଅଞ୍ଚଳରେ ଥିବା ପୋଖରୀରେ ବିସର୍ଜନ ହେବ। ଗତକାଲି ସକାଳ ୭ଟାରୁ ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ମେଢ଼ ବିସର୍ଜନ କରାଯାଇଥିଲା। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଦେବୀଗଡ଼ାରେ ୩ ଅଫିସର ଓ ୩ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏହା ସହିତ ମଣ୍ଡପରୁ ଦେବୀଗଡ଼ା ଯାଏ ଆସୁଥିବା ମେଢ଼ ଚାରିପଟେ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ୧୨ ଅଫିସର ଓ ୧୩ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଦେବୀଗଡ଼ା ନିକଟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଏସିପି ପ୍ରମୋଦ ରଥ, ଅନିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର