କଟକ: ମହା ବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ହିନ୍ଦୁସେନା ତରଫରୁ ଆଜି ବାଲିଯାତ୍ରା ଉପର ପଡ଼ିଆରୁ ବିଶାଳ ‘ମହାବୀର ଧ୍ବଜା ଯାତ୍ରା’ର ଆୟୋଜନ କରାଯାଇଥିଲା। ହରିୟାଣାରୁ ଆସିଥିବା ୯ଫୁଟ୍ର ବିଶାଳ ହନୁମାନ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଶୋଭାଯାତ୍ରା ବାଲିଯାତ୍ରା ଉପର ପଡିଆରୁ ବାହାରି ଚଣ୍ଡୀଛକ, ବକ୍ସିବଜ଼ାର, ବାରପଥର, ତିନିକୋଣିଆ ବଗିଚା, ଦରଘାବଜ଼ାର, ହାତୀପୋଖରୀ, ରାଉସାପାଟଣା, ହରିପୁର, ପିଠାପୁର, ଝୋଲାସାହି, ଚୌଧୁରୀବଜ଼ାର ହୋଇ କଳିଙ୍ଗ ଗେଷ୍ଟହାଉସ୍ରେ ଶେଷ ହୋଇଥିଲା। ଶୋଭାଯାତ୍ରା ସମୟରେ ବକ୍ସିବଜ଼ାର ପୂଜା କମିଟି, ମେରିଆବଜ଼ାର ପୂଜା କମିଟି, ତିନିକୋଣିଆ ବଜ଼ାର, ହରିପୁର, ଝୋଲାସାହି ପୂଜା କମିଟି, ଝୋଲାସାହି ମୁସଲିମ୍ କମିଟି ଏବଂ ଚୌଧୁରୀବଜ଼ାର ପୂଜା କମିଟି ତରଫରୁ ସର୍ବତ ବଣ୍ଟନ କରାଯାଇଥିଲା।
ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି ଶୋଭାଯାତ୍ରାରେ ସହସ୍ରାଧିକ ବାଇକ୍ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ସଂଜିତ ସାମଲ, କୋଷାଧକ୍ଷ ଅଭିଷେକ ଜେନା, ଜିଲ୍ଲା ସଭାପତି ଆଶିଷ ମହାପାତ୍ର, ସମାଜସେବୀ ବିଶ୍ୱଜିତ ସୂର୍ଯ୍ୟବଂଶୀ, କ୍ୟାପଟେନ୍ ପୁଷ୍ପରାଜ ଦାସ, ପୂର୍ବତନ କର୍ପୋରେଟର ହେମନ୍ତ ବେହେରା, ନ୪ ନମ୍ବର କର୍ପୋରେଟର୍ ଦୀପକ ଦାସ, ୨୦ ନମ୍ବର କର୍ପୋରେଟର୍ ଲକ୍ଷ୍ମୀଧର ବେହେରା, ୫୧ନମ୍ବର କର୍ପୋରେଟର ରାକେଶ ସ୍ୱାଇଁ, ପ୍ରିୟବ୍ରତ ପଟନାୟକ, ବରିଷ୍ଠ ମୁରବି ଭାଗବତ ସାହୁ, ଛାତ୍ର ସଭାପତି ସୁଜିତ ଦାସ, ରଞ୍ଜନ ଜେନା, ମନୋଜ ରାଉତ, ନୀଳାଦ୍ରି ବେହେରା, ଶୁଭଙ୍କର ସ୍ୱାଇଁ, ଅଖିଳ ମୂଳିଆ, ସୁବାସ ନାୟକ, ଶ୍ରୀନୁ ବିଶ୍ୱାଳ, ନାରାୟଣ କର, ଚନ୍ଦନ ଓଝା, ଅଭିଜିତ ସିଂ, ଅଭିନାଶ ନାୟକ, ପ୍ରୀତମ୍ ନାୟକ, ଶୁଭମ ନାୟକ, ରାକେଶ ସାମଲ, ରାହୁଲ ପ୍ରଧାନ, ଦୀପ୍ତିରଞ୍ଜନ ସ୍ୱାଇଁ, ଅରୁଣ ରାଓ, ଦିବାକର ନାୟକ, ଚନ୍ଦ୍ରକାନ୍ତ ନାୟକ, ବାପି ବିଶ୍ୱାଳ, ସତ୍ୟସ୍ୱରୂପ ଦାସ, ଅଲୁ ପ୍ରସାଦ, ରୂପକ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।