ପୂର୍ବତନ ଅଧ୍ୟକ୍ଷ ହତ୍ୟାକାଣ୍ତ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ଗିରଫ ହେଲା ହତ୍ୟାକାରୀ ଅର୍ଜୁନ ଜେନା। କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା କରିବା ଅଭିଯୋଗରେ ଅର୍ଜୁନକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି କନ୍ଦରପୁର ଥାନା ପୁଲିସ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେ‌ଲେ ଅତିରିକ୍ତ ଡ଼ିସିପି କେଦାରନାଥ ସାହୁ। ସୂଚନାନୁଯାୟୀ, ଗତକାଲି କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ପୂର୍ବତନ ଅଧ୍ୟକ୍ଷ ସିଦ୍ଧେଶ୍ବର ମହାପାତ୍ରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଆକ୍ରମଣକାରୀକୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଭୁଜାଲିକୁ ଜବତ କରାଯାଇଥିଲା। ଅଧ୍ୟକ୍ଷକଙ୍କ ପୁଅ ଗତକାଲି ଥାନାରେ ଏତଲା ଦେଇଥିଲେ। ତେବେ ଟଙ୍କା ଦେଣନେଣକୁ ନେଇ ପୂର୍ବତନ ଅଧ୍ୟକ୍ଷଙ୍କୁ ଆକ୍ରମଣ କରାଯାଇଛି। ଅଭିଯୁକ୍ତ ଅର୍ଜ୍ଜୁନ ଜେନାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଡ଼ିସିପି।

ସମ୍ବନ୍ଧିତ ଖବର