ବାରଙ୍ଗ/ଭୁବନେଶ୍ୱର: ପୁରୀ କେନାଲରେ ବୁଡ଼ି ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ହୋଲି ଖେଳ ସାରି ଚନ୍ଦ୍ରଶେଖରପୁର ଅଂଚଳର ୩ ଜଣ ଯୁବକ ପୁରୀ କେନାଲକୁ ଯାଇଥିଲେ। ଗାଧୋଇବା ସମୟରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିଲେ। ଅନ୍ୟ ସାଥୀ ଦ୍ୱୟ ବହୁ ଖୋଜା ଖୋଜି ପରେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳି ନଥିଲା। ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ପହଂଚି କୋନଲରୁ ମୃତଦେହ ଉଦ୍ଧାର କରିଛନ୍ତି। ବାରଙ୍ଗ ଅଗ୍ନିଶମ ବିଭାଗ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ମୃତ ଯୁବକ ଜଣକ ରାଜମିସ୍ତ୍ରୀ ଥିଲେ। ତାଙ୍କର ପରିବାରର ଲୋକେ ବାଲୁଗାଁ ଅଂଚଳକୁ ଯାଇଛନ୍ତି। ସେ ଡମଣାରେ ଏକ ଭଡ଼ା ଘରେ ରହୁଥିଲେ।
ସୂଚନାଯୋଗ୍ୟ ପୁରୀ କେନାଲରେ ହୋଲି ଦିନ ଏଭଳି ଅଘଟଣ ଘଟିବା ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଏଭଳି ଘଟଣା ଘଟିଛି। କିଛି ବର୍ଷ ତଳେ ବ୍ରିଜ ନିକଟସ୍ଥ କେନାଲରେ ୨ ଜଣ ଲୋକ ବୁଡ଼ିଯାଇଥିଲେ। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
ଭୁବନେଶ୍ୱର ବରମୁଣ୍ଡା ଅଂଚଳର ରେଣ୍ଟାଲ କଲୋନିରେ ଆଜି ପ୍ରବଳ ଗଣ୍ଡଗୋଳ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି। ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/maxresdefault-7.jpg)