ପୁଲିସ୍‌ ହାତରେ ଧରାପଡ଼ିଲା ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଫେରାର୍‌ ହୋଇଥିବା କଏଦୀ

କଟକ: ଧରା ପଡିଲା ଫେରାର କଏଦୀ। ଭୁବନେଶ୍ୱର ପୁରୀ ବାଇପାସ ରୋଡ଼ ନିକଟସ୍ଥ ସାଇ ମନ୍ଦିର ନିକଟରେ ଫେରାର୍‌ କଏଦୀକୁ ଧରିଲା ମଙ୍ଗଳାବାଗ ଥାନା ପୁଲିସ। କୁହାଯାଉଛି ଯେ କଏଦୀର ମାନସିକ ଅବସ୍ଥା ଠିକ ନ ଥିଲା। ତାକୁ କଟକ ଆଣୁଛି ପୁଲିସ। କଏଦୀ ଜଣକର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟରେ ହାଜର କରାଯିବ। ଏହା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆଗକୁ ବଢିବ।

ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୨୬ ତାରିଖରେ କଏଦୀ ଜଣକୁ କୋରାପୁଟ ସର୍କଲ ଜେଲରୁ ଚୌଦ୍ୱାର ସ୍ଥାନାନ୍ତର କରାଯାଇଥିଲା। କର୍କଟ ରୋଗର ଚିକିତ୍ସା ପାଇଁ ସେ ସ୍ଥାନାନ୍ତର ହୋଇଥିଲା । କୋରାପୁଟ ବୈପାରିଗୁଡା ଥାନା ଅଞ୍ଚଳରେ ଫେରାର କଏଦୀର ଘର। ଆଚାର୍ଯ୍ୟ ହରିହରରୁ ଗତକାଲି ତାକୁ ଡ଼ିସଚାର୍ଜ କରିଥିଲେ ଡାକ୍ତର। କିଛି ସମୟ ପାଇଁ ତାଙ୍କ ସହ ଜେଲ କର୍ମଚାରୀ ନ ଥିବାର ସୁଯୋଗ ନେଇ ଖସି ଯାଇଥିଲା କଏଦୀ ଜଣକ। ମଙ୍ଗଳବାଗ ଥାନାରେ ଚୌଦ୍ୱାର ସର୍କଲ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ଦିଆଯାଇଥିଲ। ଫେରାର ବିଚାରାଧିନ କଏଦୀର ନାଁ ମୁକୁ ସାନ୍ତା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର