କଟକ : ବଲାଙ୍ଗୀର ମାର୍କଫେଡ୍ ଫର୍ଟିଲାଇଜର ୟୁନିଟ୍ର ପୂର୍ବତନ ଏରିଆ ମ୍ୟାନେଜର ଶିବରାମ ବିଶୋଇଙ୍କୁ ସରକାରୀ ରେକର୍ଡ ହେରଫେର୍ ମାମଲାରେ ଦୁଇ ବର୍ଷ ଜେଲ୍ ଓ ୨୦ ହଜାର ଟଙ୍କା ଜରିମାନା ହୋଇଛି। ୨୦୦୫-୦୬ ଓ ୨୦୦୬-୦୭ ମସିହାର ସରକାରୀ ରେକର୍ଡକୁ ସେ ହେରଫେର କରିଥିବା ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୦୧୩ ମସିହାରେ ମାମଲା ରୁଜୁ ହୋଇଥିଲା। ରେକର୍ଡରେ ହେରଫେର୍ କରି ସେ ଲକ୍ଷେ ୪୬୬୦୯ ଟଙ୍କାର ଘୋଟାଲା କରିଥିବା ଜଣାପଡ଼ିଥିଲା। ମାମଲାର ବିଚାର କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ଶିବରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲ୍ ଓ ଜରିମାନା ଦଣ୍ଡ ଶୁଣାଯାଇଥିଲା। ବଲାଙ୍ଗୀରର ସ୍ୱତନ୍ତ୍ର ପିପି ଉମେଶ ଚନ୍ଦ୍ର ମିଶ୍ର ମାମଲା ପରିଚାଳନା କରିଥିଲେ।