ପୁରୁଣା ଜେଲ ,ଗଙ୍ଗାମନ୍ଦିର ପୁଷ୍କରଣୀ ଓ ନେତାଜୀ ସେବା ସଦନର ଉନ୍ନତିକରଣ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

କଟକ: ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ବ୍ରିଟିଶ ଅମଳ ର ପୁରୁଣା ଜେଲ ,ଗଙ୍ଗାମନ୍ଦିର ପୁଷ୍କରଣୀ ଓ ନେତାଜୀ ସେବା ସଦନ ର ଉନ୍ନତିକରଣ ପାଇଁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଏଥିପାଇଁ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ, ସିଡିଏ ଅଧ୍ୟକ୍ଷ, ସିଏମସି କମିସନର ଏବଂ ପୁରା ଅଂଚଳ ବୁଲି ଦେଖିଛନ୍ତି । ଏ ସବୁ ଉନ୍ନତି କାମ ସରିଲେ ନେତାଜୀ ସଂଗ୍ରହାଳୟ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳର ରୂପ ନେବ।

ଭିଓ-୧-ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ବ୍ରିଟିଶ ଅମଳର ପୁରୁଣା ଜେଲର ଉନ୍ନତିକରଣ, ଗଙ୍ଗାମନ୍ଦିର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ ଏବଂ ନେତାଜୀ ସେବା ସଦନ ର ଉନ୍ନତି ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଏକ ମାଷ୍ଟର ପ୍ଲାନ। ଏଥିପାଇଁ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ସିଏମସି କମିସନର ନିଖିଳ ପବନ କଲ୍ୟାଣ, କଟକ ସାଂସଦ ଭର୍ତ୍ତୃହରି ମହତାବ ଅନ୍ୟ ଅଧିକାରୀ ଙ୍କ ସହ ପୁରା ଅଂଚଳ ବୁଲି ଦେଖିଛନ୍ତି ।

ପୁରୁଣା ଜେଲ ପରିସରରେ ଏକ ଶିଶୁ ଉଦ୍ୟାନ ସାଙ୍ଗକୁ ଗଙ୍ଗା ମନ୍ଦିର ପୁଷ୍କରଣୀ ରେ ବୋଟିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି କଟକ ସାଂସଦ । କିନ୍ତୁ ବାରମ୍ବାର ଯୋଜନା ହେଉଥିଲେ ମଧ୍ଯ ଫଳ ଆଗରୁ ଯେମିତି ଏବେ ବି ସେମିତି। ପୂର୍ବରୁ ପୁରୁଣା ଜେଲର ନବୀକରଣ ପାଇଁ ୨୦୧୨ ମସିହାରେ ଇନଟାକକୁ ଦିଆଯାଇଥିଲା କାର୍ଯ୍ଯ। କାମ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତଥାପି କାମ ସରିଲାନି ଆଉ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଗଲା ଏହି ସ୍ଥାନ। ସେ ଯାହା ହେଉ ଏବେ ରାଜ୍ୟ ସରକାର ଐତିହାସିକ ସ୍ଥାନଗୁଡିକର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେଉଥିବାରୁ ଏହି କାମ ଶୀଘ୍ର ହେବ ବୋଲି ସିଡିଏ ଅଧ୍ୟକ୍ଷ ଓ ସିଏମସି କମିସନର କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହେବ ଓ ପରେ ସରକାର ଆବଶ୍ୟକ ଅର୍ଥ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର