କଟକ: ଜୁନ୍ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର ନବକଳେବର ଚାଲିଛି। ଏଥର ଖେଳାଳିଙ୍କ ଡ୍ରେସି˚ ରୁମ୍ ନୂଆ ରୂପ ପାଇବାକୁ ଯାଉଛି। ଦୀର୍ଘ ୧୨ ବର୍ଷ ପରେ ପୁରୁଣା ଡ୍ରେସି˚ ରୁମ୍ର ଆମୂଳଚୂଳ ପରିବର୍ତ୍ତନ ହେଉଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଡ୍ରେସି˚ ରୁମ୍ରେ ଖେଳାଳିଙ୍କ ଆରାମ ଓ ଥକ୍କାପଣ ଦୂର କରିବାକୁ ସମସ୍ତ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। ଚଳିତ ମାସ ଶେଷ ତାରିଖ ବେଳକୁ ଡ୍ରେସି˚ରୁମ୍ ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଏୟାରପୋର୍ଟ ଓ ହୋଟେଲ ମାନଙ୍କରେ ପଡୁଥିବା ରିକ୍ଲାଇନର ଚେୟାରକୁ ଏଥର ଡ୍ରେସି˚ ରୁମ୍ରେ ଯୋଡ଼ା ଯାଉଛି। ଦୁଇଟି ଡ୍ରେସି˚ ରୁମ୍ରେ ୧୮ଟି ଲେଖାଏଁ ଖେଳାଳିଙ୍କ ବ୍ୟକ୍ତିଗତ ଚେୟାର ରହୁଥିଲା। ହେଲେ ଏଥର ତାହାକୁ ୨୫ ରିକ୍ଲାଇନରକୁ ବୃଦ୍ଧି କରାଯାଉଛି। ଖେଳାଳିମାନଙ୍କ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ରଖିବା ପାଇଁ ବ୍ୟକ୍ତିଗତ ଲକର ଓ କପବୋର୍ଡ ଦିଆଯାଉଛି। ବ୍ୟକ୍ତିଗତ କିଟ୍କୁ ରଖିବା ପାଇଁ ରିକ୍ଲାଇନର ପାଖରେ ଷ୍ଟୋରେଜ ନିର୍ମାଣ ହୋଉଛି। ଏପରିକି ଜୋତା ପିନ୍ଧିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଷ୍ଟାଣ୍ତ ଲଗାଯିବ। ପୂର୍ବରୁ ଲାଗିଥିବା ସ୍ପ୍ଲିଟ୍ ଏସିକୁ ହଟାଯାଇ ଡ୍ରେସି˚ ରୁମ୍ରେ ସେଣ୍ଟ୍ରାଲ ଏସି ଲଗାଯାଉଛି ଏବ˚ ଭିତରକୁ ତାଜା ପବନ ଆସିବାକୁ ଭେଣ୍ଟିଲେଟର ଲଗାଯାଉଛି। ଖେଳାଳିମାନଙ୍କ ପାଇଁ ନିର୍ମାଣ ହେଉଥିବା ବାଥ୍ରୁମ୍ରେ ଷ୍ଟିମ୍ ଓ ଆଇସ୍ ବାଥ୍ ପାଇଁ ବ୍ୟବସ୍ଥା ହେଉଥିବା ବେଳେ ବଡି ମସାଜ୍ ପାଇଁ ସଉନା ରଖାଯାଉଛି।
/sambad/media/post_attachments/wp-content/uploads/2022/05/OCA_ENTRANCE2104839-1024x474.jpg)
ଏଥିସହିତ ଶୌଚାଳୟ, ଟଏଲେଟ, ବେସିନ୍ ଇତ୍ୟାଦିକୁ ନ ଛୁଇଁବା ପାଇଁ ଅଟୋମେଟିକ୍ ସେନସର ଲଗାଯାଇଛି। କୋଭିଡ୍ ସମୟରେ ବାରମ୍ବାର ପାଣି ବ୍ୟବହାର ପାଇଁ ଆଉ ଛୁଇଁବାକୁ ନପଡ଼ିବ, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଉଛି। କେବଳ ଏତିକି ନୁହେଁ, କିମ୍ବଦନ୍ତୀ ଖେଳାଳିମାନଙ୍କ କୀର୍ତ୍ତିମାନକୁ ଲେଟର୍ଡ କାଚରେ ପ୍ରିଣ୍ଟ କରାଯାଇ ଡ୍ରେସି˚ ରୁମ୍ର ବିଭିନ୍ନ ସ୍ଥାନରେ ଲଗାଯିବ। ଏଥିସହ ବିଭିନ୍ନ କ୍ରିକେଟରଙ୍କ ବ୍ୟବହୃତ ଖେଳ ଉପକରଣଗୁଡ଼ିକୁ ଡ୍ରେସି˚ ରୁମ୍ରେ ସୋ-କେସ୍ କରି ପ୍ରଦର୍ଶିତ କରାଯିବ। ଏହି ଉପକରଣ ଗୁଡ଼ିକରୁ କିଛି ଓସିଏ ପାଖରେ ଉପଲବ୍ଧ ଥିବାବେଳେ ଆଉ କିଛି ସ˚ଗ୍ରାହକ ସରୋଜ କରଙ୍କ ପାଖରୁ ଅଣାଯିବ ବୋଲି ଜଣାପଡ଼ିଛି। କେବଳ ଡ୍ରେସି˚ ରୁମ୍ ନୁହେଁ, ଓସିଏର ପ୍ରବେଶ ଦ୍ବାର, ଓସିଏ କାର୍ଯ୍ୟାଳୟ ପରିସରକୁ ମଧ୍ୟ ନୂଆ ରୂପ ଦିଆଯାଉଛି। ନିର୍ମାଣ କନ୍ସଲଟାନ୍ସି ସର୍ଭିସେସ୍ର ପ୍ରିନ୍ସିପାଲ କନ୍ସଲଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର ଓ ଆର୍କିଟେକ୍ଟ ମିନାକ୍ଷୀ ରଥ ଓ ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି।