କଟକ: ଜୁଲାଇ ୬ରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଉଦଘାଟନ କରିବେ। ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରୀକ୍ଷା ପରିଚାଳନା କମିଟି ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ କରିବେ ପରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ନ ୧ ଟାରେ ବୋର୍ଡ ୱେବସାଇଟରେ ଫଳ ପ୍ରକାଶ ପାଇବ। www.bseodisha.ac.in ଏବଂ www.bseodisha.nic.in ବୋର୍ଡ ୱେବ ସାଇଟରେ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ। ଅପରାହ୍ନ ୨ ଟାରୁ ଏହା ୱେବସାଇଟରେ ଉପଲବ୍ଧ ହେବ। ସେହିପରି ପରୀକ୍ଷାର୍ଥୀ ମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ। ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ରାଜ୍ୟରେ ୩୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଥିଲା। ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bhhh.jpg)